ଜଗତସିଂହପୁର:(ରମେଶ ମହାନ୍ତି):-ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ପାଇଁ ତଦନ୍ତ କମିଶନଙ୍କ ସୁପାରିଶ ଅନୁଯାୟୀ ସରକାର ପଦକ୍ଷେପ ନେଇଛନ୍ତି।ତଦନ୍ତ କମିଶନଙ୍କ ରିପୋର୍ଟ ନଂ-୧ ଓ ୨ ର ବାକି ରହିଯାଇଥିବା ଜଗତସିଂହପୁର ଜିଲ୍ଲାର ସମସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଆସନ୍ତା ୩୧.୧୨. ୨୦୧୯ ରିଖ ମଧ୍ୟରେ “Indemnity Bond” ଓ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସହିତ ଅନ୍ୟାନ୍ୟ କାଗଜପତ୍ର ନେଇ ସଂପୃକ୍ତ ତହସିଲଦାରଙ୍କ ନିକଟରେ ଦାଖଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ୩୧.୧୨.୨୦୧୯ ରିଖ ପରେ ଅର୍ଥ ପ୍ରଦାନ ନିମନ୍ତେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରକାଶ କରିଛନ୍ତି।
ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ତତ୍ପରତା
Click for Any Complaint Regarding This News
AAA Online Services