ଜଗତସିଂହପୁର: (ରମେଶ ମହାନ୍ତି):-ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ଆଜି (ଶୁକ୍ରବାର) ସ୍ଥାନୀୟ ସର୍କିଟହାଉସ୍ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଜଗତସିଂହପୁର ତରଫରୁ “ନୂତନ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୧୭” ସମ୍ବନ୍ଧରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଷ୍ୟ ସନ୍ତାନ ଅଧିଗ୍ରହଣ ଅଧିନିୟମକୁ ସଠିକ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ଏବଂ ଏହା ପ୍ରତ୍ୟେକ ଶିଶୁର ଅଧିକାର ଏହାକୁ କ୍ଷୁର୍ଣ୍ଣ ନ ହେବାକୁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।ଉକ୍ତ କର୍ମଶାଳାରେ ଶିଶୁ ବିଶେଷଗ୍ୟଂ ଡା.ଅଜୟ କୁମାର ସ୍ୱାଇଁ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସ୍ୱର୍ଣ୍ଣମୟୀ ନାୟକ, ସି.ଡବ୍ଲୁ.ସି ଅଧ୍ୟକ୍ଷା ବିଶଶ୍ୱରୀ ମହାନ୍ତିଙ୍କ ସମେତ ଜିଲ୍ଲାର ପ୍ରମୂଖ ଏନ୍.ଜି.ଓ , ଆଇ.ସି.ଡି.ଏସ୍ ସୁପରଭାଇଜର, ମେଡିକାଲ୍ ଷ୍ଟାଫ୍,ଚାଇଲ୍ଡଲାଇନ୍,ସି.ସି.ଆଇ ଏବଂ ଏସ୍.ଏ.ଏ. ର କର୍ମକର୍ତ୍ତା ଯୋଗଦେଇଥିଲେ।
ଉକ୍ତ କର୍ମଶାଳାରେ ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ତାଲିମଦାତା ଭାବେ ଯୋଗଦେଇ ନୂତନ ପୋଷ୍ୟ ସନ୍ତାନ ଅଧିଗ୍ରହଣ ଅଧିନିୟମ ୨୦୧୭ ର ବୈଶିଷ୍ଠ୍ୟ ତଥା ଆଇନଗତ ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଲ୍.ପି.ଓ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।