ଜଗତସିଂହପୁର: (ରମେଶ ମହାନ୍ତି):-ଜଗତସିଂହପୁର ସହର ସିପିଛକ ସ୍ଥିତ ବୃନ୍ଦାବନ ଗେଷ୍ଟ ହାଉସ ଉପରେ ଆଜି ଦିନପ୍ରାୟ ୧୨ଟା ବେଳେ ପୋଲିସ ଅଚାନକ ଚଢ଼ାଉ କରି ୬ଜଣ ପୁଅ ଓ ୬ଜଣ ଝିଅଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଛି ।ସୂଚନାନୂଯାୟୀ ଗେଷ୍ଟ ହାଉସ ରୁମ୍ ରେ ଚାଲିଥିଲା ଅନୈତିକ କାର୍ଯ୍ୟ , ଖବରପାଇ ଅଚାନକ ଚଢାଉ କରିିଥିଲା ପୋଲିସ୍ । ଅସଂଯତ ଅବସ୍ଥାରେ ଉଦ୍ଧାର ହୋଇଥିଲେ ୬ହଳ ଯୁବକ ଯୁବତୀ ।ଏହି ଖବର ବିଜୁଳି ବେଗରେ ଚାରିଆଡେ ବ୍ୟାପି ଯିବାରୁ ଗେଷ୍ଟ ହାଉସ୍ ସାମ୍ମୁଖରେ ଲୋକମାନେ ଭିଡ ଯମାଇ ହୋ ହାଲ୍ଲା କରୁଥିବା ଦେଖିବାକୁ ମିଳିଥିଲା। ଏପରିକି ଗେଷ୍ଟହାଉସରୁ ଉକ୍ତ ୬ହଳ ଯୁବକ ଯୁବତୀଙ୍କୁ ଥାନାକୁ ନେବାକୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିବା ଦେଖିବାକୁ ମିଳିଥିଲା।ତାଙ୍କ ନିକଟରୁ ପୋଲିସ୍ ୬ଟି ମୋଟରସାଇକେଲ ଜବତ କରିବା ସହ ଥାନାରେ ପୋଲିସ ପଚରାଉଚରା କରି ଯୁବତୀ ମାନଙ୍କୁ ଛାଡିଦିଆଯାଇଥିବା ବେଳେ ଯୁବକ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଆଇ.ଆଇ ସି ସୂଚନା ଦେଇଛନ୍ତି। ଏଥିସହିତ ଉକ୍ତ ଗେଷ୍ଟ ହାଉସର ଜଣେ କର୍ମଚାରୀଙ୍କୁ ପୋଲିସ ଅଟକରଖି ପଚରାଉଚରା କରୁଥିବା ଜଣାପଡିଛି।ନିଜ ହେପାଜତକୁ ନେଇଛି ।
ପୋଲିସ ଚଢାଉ ବେଳେ ଗେଷ୍ଟହାଉସରୁ ଅସଂଯତ ଅବସ୍ଥାରେ ଧରାପଡିଥିବା ୬ଜଣ ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାର ସରାମ୍ବୋ , ଗୋବିନ୍ଦାପୋଖରୀ , ଆଶ୍ରମପାଟଣା (ପୁରୁଣାଗଡ) , କଟରା ,ରାହାଡିଙ୍ଗା ଅନ୍ଚଳରେ ହୋଇଥିବା ବେଳେ ଅନ୍ୟ ଜଣକର ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଂଚଳର ନାହାଳପୁର ବୋଲି ଜଣାପଡିଛି।
ଉକ୍ତ ୬ଜଣ ଯୁବତୀଙ୍କ ମଧ୍ୟରୁ ଜଗତସିଂହପୁର କଲେଜ ଛାତ୍ରୀ ଦୁଇଜଣ ଓ ତିର୍ତ୍ତୋଲ ତରଜଙ୍ଗା ଅଂଚଳର ଜଣେ ବୋଲି କୁହାଯାଉଛି।ଅପରପକ୍ଷରେ ଥାନାରେ ଅଟକଥିବା ସରାମ୍ବୋ ଗ୍ରାମର ପୁଅ ଓ ନୟାଗଡ ଅଂଚଳର ଝିଅ ଆସନ୍ତା ୬ ତାରିଖରେ ବିବାହ କରିବା ପାଇଁ ଉଭୟ ପରିବାର ପକ୍ଷରୁ ଦିନ ଧାର୍ଯ୍ୟ ହୋଇଛି ବୋଲି ଉଭୟଙ୍କ ପିତା ଥାନାରେ ଉପସ୍ଥିତ ହୋଇ ପୋଲିସ୍ ଆଗରେ ପ୍ରକାଶ କରିଥିବା ଜଣାପଡିଛି।