ଜମ୍ମୁ କଶ୍ମୀରରେ ଓଡ଼ିଆ ଯବାନ ସହିଦ। କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁର ଯବାନ ଅଜିତ ସାହୁ ସହିଦ ହୋଇଛନ୍ତି। ଅଜିତ କୋଲକାତାରୁ ଟ୍ରାନ୍ସଫର ହୋଇ ଜମ୍ମୁକୁ ଗତକାଲି ଜଏନିଂ ପାଇଁ ଯାଉଥିଲେ। ତେବେ ଅନନ୍ତନାଗ ନିକଟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେ ଗୁରୁତର ହୋଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏ ଖବର ଜାଣିବା ପରେ ବଡ଼ସୁଆଁଳ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଛି। ୨୦୧୫ରେ ସେନାରେ ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ। ଗତ ଜୁନ୍ ୧ ତାରିଖରେ ସେ ଘରକୁ ଆସି ୯ତାରିଖରେ ଫେରିଥିଲେ। ସହିଦ ଯବାନଙ୍କ ମୃତ୍ୟୁ ରେ ଗଭୀର ଶୋକ ବ୍ୟକ୍ତ କରି ଓଡ଼ିଶା ସୁରକ୍ଷା ସେନା ମୁଖ୍ୟ ଅଭିଷେକ ଯୋଶୀ ତାଙ୍କ ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା କରିଛନ୍ତି।
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଗୁଳି ବିନିମୟ ବେଳେ ଓଡ଼ିଆ ଯବାନ ସହିଦ।
Click for Any Complaint Regarding This News
AAA Online Services