ମେଟ୍ରୋ ପକ୍ଷରୁ କଟକରେ ବିଶାଳ ସ୍ୱାସ୍ଥ୍ୟ ସେବା ଚିକିତ୍ସା ଶିବିର

Advertisement
Advertisement
Click for Any Complaint Regarding This News
AAA Online Services

କଟକ : କଟକ ବିଦ୍ୟାଧରପୁର ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ କଟକ-ବାରାବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାମରେ ଥିବା ଏକ ଟ୍ରଷ୍ଟ ଓ ମେଟ୍ରୋ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ସେବା ଚିକିତ୍ସା ଶିବିରର ଆୟୋଜନ କରାଯାଇଛି।

ଏହି ବିଶାଳ ସ୍ୱାସ୍ଥ୍ୟ ସେବା ଚିକିତ୍ସା ଶିବିରକୁ ବିଧାୟକ ମହମ୍ମଦ ମୋକିମ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଭିନ୍ନ ବିଭାଗର ଡାକ୍ତର ମାନେ ଏହି ସ୍ୱାସ୍ଥ୍ୟ ଶିବିରରେ ଯୋଗ ଦେଇ ଉପସ୍ଥିତ ଜନସାଧରଣଙ୍କୁ ଚିକିତ୍ସା କରିଥିଲେ। ସେଠାରେ ନିଶୁଳ୍କ ଚିକିତ୍ସା ସହିତ ନିଶୁଳ୍କ ଔଷଧ ମଧ୍ୟ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା।

ଶତାଧିକ ସଂଖ୍ୟାରେ ଜନସାଧାରଣ ଏହି ସ୍ୱାସ୍ଥ୍ୟ ଶିବିରରେ ପହଂଚି ଏହାର ଲାଭ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୋଫିଆ ଫିର୍ଦୋଷ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଆନ୍ୟମାନଙ୍କ ମଧ୍ୟରେ ସେଇ ଅଞ୍ଚଳର ବ୍ୟକ୍ତି ବିଶେଷ ଓ କଂଗ୍ରେସ ଦଳର ନେତୃମଣ୍ଡଳୀ ଗିରିବାଲା ବେହେରା, ଶୈଳବାଲା ବେହେରା, ଶରତ କୁମାର ସେଠୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *