ରାତାରାତି ବଦଳିଲା ମହାରାଷ୍ଟ୍ର ରାଜନୀତି ; ବିଜେପି ଓ ଏନସିପି ମିଳିତ ଭାବେ ସରକାର

Advertisement
Advertisement
Click for Any Complaint Regarding This News
AAA Online Services

ମୁମ୍ବାଇ : ରାତାରାତି ବଦଳିଲା ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏବେ ସକାଳୁ କିନ୍ତୁ ଓଲଟି ଯାଇଛି ରାଜନୀତି ପଷାପାଲି। ଆଜି ସକାଳେ ହଠାତ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଫଡନଭିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି । ମାନେ ବିଜେପି ଓ ଏନସିପି ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଢ଼ିଛନ୍ତି ।

ବୁଧବାର ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ମହାରାଷ୍ଟ୍ରରେ ବଡ଼ ରାଜନୈତିକ ଟ୍ବିଷ୍ଟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଥିଲା । ତେବେ ଏହା ପରେ ଲଗାତାର ଦୁଇ ଦିନ ଧରି ଶିବସେନା ସହ ଏନସିପି ଆଲୋଚନା କରିବା ପରେ ଏହି ଚର୍ଚ୍ଚାରେ ବ୍ରେକ ଲାଗିଥିଲା ।
ଗତାକାଲି ଏନସିପି, କଂଗ୍ରେସ ଓ ଶିବସେନାର ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ତିନିଦଳ  ସହମତି ପ୍ରକାଶ କରିଥିଲେ । ଆଜି ଶିବସେନା-କଂଗ୍ରେସ ଓ ଏନସିପି ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ସକାଳ ସମୟରେ ଏନସିପି-ବିଜେପି ମିଶି ମେଣ୍ଟ ସରକାର ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖମନ୍ତ୍ରୀ ଭାବେ ଏନସିପିର ଅଜିତ ପାଓ୍ବାର ଶପଥ ନେଇଛନ୍ତି ।

Please Share

Leave a Reply

Your email address will not be published. Required fields are marked *