ଜଗତସିଂହପୁର:(ରମେଶ ମହାନ୍ତି):-ମଣିଜଙ୍ଗା ମେଡିକାଲରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ବେକରେ ରଶି ଲଗାଇ ଶାଶୁଘରେ ଆତ୍ମହତ୍ୟା କରିଥିବା ଧରମ ଭଉଣୀକୁ ମଣିଜଙ୍ଗା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ଉକ୍ତ ମେଡିକାଲ ପରିସରରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ଧରମଭାଈ।ସୂଚନାନୂଯାୟୀ ତିର୍ତ୍ତୋଲ ଥାନା ଅଧିନସ୍ଥ ତରଜଙ୍ଗା ପଂଚାୟତ ସ୍ଥିତ ବାଲିପାଟଣା ଗ୍ରାମର ଅକ୍ଷୟ ସାମଲ(ଟୁନା)ଙ୍କ ପତ୍ନୀ କବିତା ସାମଲ(୨୫) ଗୁରୁବାର ଦିନ ସକାଳ ପ୍ରାୟ ସାଢେ ୯ଟା ୧୦ଟା ବେଳେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା।ପରିବାର ଲୋକେ ଜାଣିବାପରେ ଯଥାଶିଘ୍ର କବିତାକୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରିବାର ଲୋକଙ୍କ ସହିତ ଡାକ୍ତରଖାନାକୁ ଆସିଥିଲେ ଧରମ ଭାଇ ବୁଲୁ ମଲିକ।ସେଠାରେ ଡାକ୍ତର କବିତାକୁ ମୃତ ଘୋଷଣା କରିବାର କିଛି ସମୟ ପରେ ଦିନ ପ୍ରାୟ ୨ଟା ସାଢେ ୨ଟା ବେଳେ ଉକ୍ତ ଡାକ୍ତରଖାନା ପରିସର କାନ୍ଥରେ ଥିବା ଏକ ଲାଇଟ ଷ୍ଠାଣ୍ଡରେ ବେକରେ ଗାମୁଛା ବାନ୍ଧି ଲଟିକି ପଡି ଆତ୍ମହତ୍ୟା କରିଥିଲା ମୃତ କବିତାର ଧରମ ଭାଇ ବୁଲୁ ମଲିକ (୨୫)। ବୁଲୁ ଉକ୍ତ ତରଜଙ୍ଗା ପଂଚାୟତ ସ୍ଥିତ ପୂର୍ବପଡା ଗ୍ରାମର ରବିନ୍ଦ୍ର ମଲିକଙ୍କ ପୁଅ ବୋଲି ଜଣାପଡିଛି।ସୂଚନାନୁଯାୟୀ ମୃତ କବିତାର ବାପଘର ଗଡ଼କୁଜଙ୍ଗ ଅଂଚଳରେ ସେ ଆଠ ବର୍ଷତଳେ ଅକ୍ଷୟଙ୍କୁ ବିବାହ କରିଥିଲେ ତାଙ୍କର ଏବେ ୭ ବର୍ଷର ଏକ ପୁଅଟିଏ ଅଛି । ଅକ୍ଷୟ ରାଜମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ନିକଟସ୍ଥ ପୁର୍ବପଡା଼ ଗ୍ରାମର ବୁଲୁ ସଟ୍ରିଂ କାମ କରନ୍ତି। ଏନେଇ ବୁଲୁ ଓ ଅକ୍ଷୟଙ୍କ ମଧ୍ୟରେ ନିବିଡ ସଂମ୍ପର୍କ ଥିଲା। ଏପରିକି ବୁଲୁ ବିଭିନ୍ନ ସମୟରେ ଅକ୍ଷୟଙ୍କ ଘରକୁ ଯାତାୟତ କରିବା ମଧ୍ୟରେ ଅକ୍ଷୟଙ୍କ ପତ୍ନୀ କବିତା ଓ ଅବିବାହିତ ବୁଲୁ ଧରମ ଭାଇ ଭଉଣୀ ହୋଇଯାଇଥିଲେ। ବୁଲୁ ବିଭିନ୍ନ ସମୟରେ ଅକ୍ଷୟଙ୍କ ଘରକୁ ଯାତାୟତ କରିବା ଯୋଗୁଁ ଉଭୟ ଧରମ ଭାଇ ଭଉଣୀଙ୍କୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିଲା।କବିତା ଆତ୍ମହତ୍ୟା କରିବାର କିଛି ସମୟ ପୁର୍ବରୁ ତାଙ୍କ ଘରକୁ ଧରମ ଭାଇ ବୁଲୁ ଆସିଥିଲା ବୋଲି କୁହାଯାଉଛି। ପରକିୟା ପ୍ରୀତି ଯୋଗୁଁ ଉଭୟ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ଥାନୀୟ ଅଂଚଳରୁ ଶୁଣିବାକୁ ମିଳୁଛି। ମଣିଜଙ୍ଗା ଡାକ୍ତରଖାନାରେ ପଡିରହିଥିବା ଉକ୍ତ ଦୁଇଜଣଙ୍କ ମୃତ ଶରୀରକୁ ବ୍ୟବଛ୍ଛେଦ ନିମନ୍ତେ ରାତିରେ ଜଗତସିଂହପୁର ପଠାଯାଇଥିବା ଜଣାପଡିଛି।
ପରକୀୟା ପ୍ରୀତି ସଂନ୍ଦେହ ; ଧରମ ଭଉଣୀର ଆତ୍ମହତ୍ୟା ପରେ ମଣିଜଙ୍ଗା ମେଡିକାଲରେ ରଶି ଲଗାଇ ଆତ୍ମହତ୍ୟା କଲା ଧରମ ଭାଇ
Click for Any Complaint Regarding This News
AAA Online Services