ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ‘ମୋ ସାଇକେଲ ଯୋଜନା’କୁ ବର୍ଷେ ପୂରିବ। ମୋ ବସ୍ ଭଳି ମୋ ସାଇକେଲ ସଫଳ ହୋଇ ନ ଥିବାରୁ କିପରି ଅଧିକ ଆଦୃତ ହୋଇପାରିବ ସେନେଇ ନୂଆ କିଛି ଚିନ୍ତା କରାଯାଉଛି। ବାର୍ଷିକ ଉତ୍ସବରୁ ମୋ ସାଇକେଲକୁ ସପ୍ତାହରେ ଦିନେ କିମ୍ବା ଦୁଇଦିନ ଲୋକଙ୍କ ପାଇଁ ମାଗଣା କରିବାକୁ ଆଲୋଚନା ଚାଲିଛି। ଏହାବ୍ୟତୀତ ଗୋଟିଏ ଆପ୍ଲିକେଶନରେ ମୋ ସାଇକେଲ ଚଲାଇବା ପାଇଁ ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ମହିଳାମାନଙ୍କୁ ମୋ ସାଇକେଲ ଚଲାଇବା ପାଇଁ ଆକୃଷ୍ଟ କରାଯିବାକୁ କିଛି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ଗତ ୪ ମାସ ହେବ ମୋ ସାଇକେଲ ପରିଚାଳନା ଦାୟିତ୍ୱ କ୍ରୁଟ୍ ନେବା ପରେ ବହୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ଫଳରେ ବର୍ତ୍ତମାନ ମୋ ସାଇକେଲର ମାସିକ ଚାଳକଙ୍କ ସଂଖ୍ୟା ବଢି ୧୨ଶହରେ ପହଞ୍ଚତ୍ଥିବା ସୂଚନା ମିଳିଛି।
ମାଗଣା ହୋଇପାରେ ‘ମୋ ସାଇକେଲ’
Click for Any Complaint Regarding This News
AAA Online Services