ଶ୍ରୀକ୍ଷେତ୍ର କଳା ସଂସ୍କୃତିକ ସଂସଦ ଦ୍ୱାରା ସିଂହଦ୍ୱାର ନିକଟରେ ୪୭ ତମ “ଦେବ ଦୀପାବଳି “ସମାରୋହ,

Advertisement
Advertisement
Click for Any Complaint Regarding This News
AAA Online Services

ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭକ୍ତି ଅର୍ଘ୍ୟ ଅର୍ପଣ 

ପୁରୀ , ଶ୍ରୀକ୍ଷେତ୍ର କଳା ସଂସ୍କୃତିକ ସଂସଦ ଦ୍ୱାରା ଆୟୋଜିତ ୪୭ ତମ “ଦେବ ଦୀପାବଳି “ଭଜନ ସମାରୋହ ସିଂହଦ୍ୱାର ନିକଟରେ ଭକ୍ତି ସଙ୍ଗୀତ ସମାରୋହ ତଳୁଛ ଭଗବାନ ମହାପାତ୍ର ସ୍ମୃତି ସଂସଦର ପୃଷ୍ଠ ପୋଷାକତାରେ ଆୟୋଜିତ କରାଯାଇଥିଲା |ପୁରୀର ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ବଳନ କରିବା ସହ ବେଦଧ୍ଵନି ମଧ୍ୟରେ ସମାରୋହକୁ ଉଦଘାଟନ କରିଥିଲେ |ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ମାନେ ଯଥା ଶ୍ରୀଯୁକ୍ତ ସୁବାସ ଦାଶ, କୁମାର ବାପି, ଶ୍ରୀଚରଣ ମହାନ୍ତି, ରବୀନ୍ଦ୍ର ମହାପାତ୍ର, କରୁଣାକର ସେଠୀ, ସୁଧାକର ମିଶ୍ର, ଗଗନ ବିହାରୀ ଜେନା, ପତିତପାବନ ଦାସ, ଶୈଳଭାମା ମହାପାତ୍ର, ମାନସୀ ପାତ୍ର, ଅଞ୍ଜଳି ମିଶ୍ର, ଅନ୍ତରା ଚକ୍ରବର୍ତ୍ତୀ ଓ ଅସୀମା ପଣ୍ଡା ପ୍ରମୁଖ ଶ୍ରୀଜଗନ୍ନାଥ ଙ୍କ ପାଇଁ ନିଜ ନିଜର ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ |ବାଦ୍ୟଯନ୍ତ୍ରରେ ମାନସ ପଣ୍ଡା, ସନ୍ତୋଷ କୁମାର କର, ଯୋଗେନ୍ଦ୍ର ନାଥ ସ୍ୱାଇଁ, ମନୋଜ ଦତ୍ତ, ବାବୁଲି, ମିଷ୍ଟର ଶ୍ୟାମ, ସୋମ୍ୟଜିତ ପରିଡା, ଲିକୁ, ଜ୍ୟୋତିରଞ୍ଜନ ଓ ରବିନାରାୟଣ ଦାସ ପ୍ରମୁଖ ମହାପ୍ରଭୁଙ୍କ ଉଦେଶ୍ୟରେ ନିଜ ନିଜର ବାଦ୍ୟଯନ୍ତ୍ର ସହିତ ସମସ୍ତ ଭକ୍ତି ସଙ୍ଗୀତରେ ସହଯୋଗ କରିଥିଲେ |ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ମହାବୀର ସିଂହାରୀ ଏବଂ ତଳୁଛ ନିତ୍ୟାନନ୍ଦ ମହାପାତ୍ର ସମସ୍ତ ଶିଳ୍ପୀ ମାନଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ |

ଶ୍ରୀକ୍ଷେତ୍ର କଳା ସଂସ୍କୃତିକ ସଂସଦର ସାଧାରଣ ସମ୍ପାଦକ ଶ୍ରୀ ଉମେଶ ଚନ୍ଦ୍ର ଖୁଣ୍ଟିଆ ବାର୍ଷିକ ବିବରଣୀ ପାଠ ସହିତ ଭକ୍ତି ସଙ୍ଗୀତ ସମାରୋହ କୁ ପରିଚାଳନା କରିଥିଲେ |ଉଦଘୋଷକ ଭାବରେ ଶ୍ରୀ ନିରୋଜ ଆର୍ଯ୍ୟ ଓ ମନୋଜ ପ୍ରଧାନ ମଞ୍ଚ ସଞ୍ଚାଳନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ |କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ଵିଷ୍ଣୁଦତ୍ତ ଦାସ, ଶିବ ପ୍ରସନ୍ନ ପଣ୍ଡା, ଯୋଗେନ୍ଦ୍ର ମହାରଣା ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନିରଞ୍ଜନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ |

Please Share

Leave a Reply

Your email address will not be published. Required fields are marked *