କ୍ୟାବିନେଟ ବୈଠକ ଏକ ଗୁରୁତ୍ବୋପୂର୍ଣ ନିଷ୍ପତ୍ତି : ପୁରୀ ଓ ଯାଜପୁରରେ ମେଡିକାଲ କଲେଜ

Advertisement
Advertisement
Click for Any Complaint Regarding This News
AAA Online Services
ରାଜ୍ୟର ଅଧିକାଂଶ ଅଞ୍ଚଳ ରେ ଏବେ ମଧ୍ୟ ଡାକ୍ତରଙ୍କ ଅଭାବ ପୂରଣ ଓ ରାଜ୍ୟ ରେ ସ୍ବାସ୍ଥ୍ୟବସ୍ଥା ର ଭିତ୍ତିଭୂମି ଦୃଢ କରିବା ନିମନ୍ତେ ଆଜି କ୍ୟାବିନେଟ ବୈଠକ ଏକ ଗୁରୁତ୍ବୋ ପୂର୍ଣ ନିଷ୍ପତ୍ତି ନେଇଅଛି । ପୁରୀ ଓ ଯାଜପୁରରେ ମେଡିକାଲ କଲେଜ ନିର୍ମାଣ ନେଇ କ୍ୟାବିନେଟ ମଂଜୁରୀ ପ୍ରଦାନ କରାଯାଇଛି ।ଯାଜପୁରରେ ୧୦୦ ସିଟ୍ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ତିଆରି ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଟଙ୍କାର ଆକଳନ କରାଯାଇଛି । ସେହିପରି ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ତେବେ ପୁରୀ ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ ବୋଲି କ୍ୟାବିନେଟ ବୈଠକ ରେ ଆକଳନ କରାଯାଇଛି ।
Please Share

Leave a Reply

Your email address will not be published. Required fields are marked *