ରାଜଗାଙ୍ଗପୁର ଶାନ୍ତି ନଗର ଆଜି ରାସ୍ତା ପାଇଁ ଅଶାନ୍ତ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର (ଦେବବ୍ରତ ମିତ୍ର) : ରାଜଗାଙ୍ଗପୁର ପୈରପାଲିକା ଅଧୀନସ୍ଥ ଶାନ୍ତି ନଗର ର ମହିଳା ମାନେ ଯିବାଆସିବା ରାସ୍ତାରେ ଘର କାମ ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିବା ସହ କାମ ବନ୍ଦକରି ଦେଇଥିଲେ । ସେମାନେ ଦାବି କରିଥିଲେ ଯେ ସେମାନଙ୍କ ଯିବା ଆସିବା ରାସ୍ତା କୁ ଅବରୋଧ କରାଯାଇ ଘରକାମ କରାଯାଉଅଛି । ରାସ୍ତା କୁ ଅବରୋଧ କରି ଘରକାମ କରିବା ଯୋଗୁଁ ସେମାନେ ଭବିଷ୍ୟତ ରେ ନିଜ ଘରକୁ ଜୀବ ପାଇଁ ରାସ୍ତା ପାଇପାରିବେ ନାହିଁ ଓ ସେମାନଙ୍କ ଘରଦ୍ୱାର ବାହ୍ୟ ଜଗତର ଅର୍ଥାତ ମୁଖ୍ୟ ରାସ୍ତାରୁ ବିଛିନ୍ନ ହୋଇଯିବ । କୈଣସି ଅସୁବିଧା ସମୟରେ ଆମ୍ବୁଲନ୍ସ ଓ ଦମକଳ ସେବା ରୁ ମଧ୍ୟ ବଞ୍ଚିତ ହେବେ ବୋଲି ସେମାନେ ଅଭିଯୋଗ କରିଥିଲେ । ସେଠାରେ ରାସ୍ତା କୁ କାଟି ଦିଆଯାଇଥିବା ଏବଂ ରାସ୍ତା କୁ ଅବରୋଧ କରାଯାଇ ରାସ୍ତା ଉପରେ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବୋଲି ସେମାନେ କହିଛନ୍ତି ।କୈଣସି ସୁତ୍ରରୁ ଖବରପାଇ ରାଜଗାଙ୍ଗପୁର ପୋଲିସ ସେଠାରେ ପହଞ୍ଚି ମାମଲା କୁ ଶାନ୍ତି କରେଇ କିଛି ଦିନ ମଧ୍ୟରେ ସମାଧାନ କରିବାକୁ ଉଭୟ ପକ୍ଷ କୁ କହିଥିଲେ। ଏବେ ତହସିଲଦାର ଓ ଆର ଆଇ ଙ୍କ ରିପୋର୍ଟ ଆସିବା ପରେ ସମାଧାନ ର ବାଟ ଫିଟିବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।

Please Share

Leave a Reply

Your email address will not be published. Required fields are marked *