ପଦ୍ମପୁର ଓକିଲ ସଂଘ ନିର୍ବାଚନ ରେ ଆଇନଜିବୀ ସନ୍ତୋଷ ଶତପଥି ସଭାପତି ଓ ଆଇନଜିବୀ ପ୍ରଶାନ୍ତ ମାଝୀ ସଂପାଦକ ଭାବେ ଗୁରୁ ଦାୟିତ୍ୱ ନେଲେ !

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁ୍ର:-ଓଡିଶା ରାଜ୍ଯ ବାର କାଉନସିଲ ର ନିର୍ଦ୍ଦେଶ କ୍ରମେ ସଂପ୍ରତି ପଦ୍ମପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଓକିଲ ସଂଘର ସଭାପତି ରୂପେ ଆଇନଜିବୀସନ୍ତୋଷ କୁମାର ଶତପଥୀ ନିର୍ବାଚନ ହୋଇଥିବା ବେଳେ ଉପ ସଭାପତି ଭାବେ ଆଇନଜ୍ଞ ଆଦିତ୍ଯ କୁମାର ରଥ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ଆଇନଜ୍ଞ ପ୍ରଶାନ୍ତ ମାଝି ନିର୍ବାଚିତ ହୋଇଥିବା ବେଳେ ପରିଚାଳନା ସଦସ୍ୟ ରୂପେ ପ୍ରଦୀପ କୁମାର ଯୋଷୀ,ପ୍ରଦୀପ ସାହୁ,ଦିଲ୍ଲୀପ ଦାନୀ,ହରି ଶଙ୍କର ସିଂ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଆଇନଜୀବୀ ନନ୍ଦ କିଶୋର ମାଝୀଙ୍କ ତତ୍ତ୍ୱାବଧାନରେ ନିର୍ବାଚନ କାର୍ଯ୍ୟ ସୁ୍ରୁଖୁରୁ ରେ ପରିଚାଳିତ ହୋଇଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l ବରଗଡ ଜିଲ୍ଲା ପଦ୍ମପୁର ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *