ସୁନ୍ଦରଗଡ:-(ଦେବଲୋଚନ କୁମୁରା) ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଆଜି ବି ଅନ୍ଧାର ରେ ସୁନ୍ଦରଗଡ ର ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଉଷା କୋଠି ର ଆଖ ପାଖ ଅଞ୍ଚଳ ! ସୁନ୍ଦରଗଡ ହେଉଛି ରାଜସ୍ବ ଆଦାୟ ରେ ଏକ ନମ୍ବର କୁହାଯାଉଥିବା ଜିଲ୍ଲା l ଯେଉଁଠି ଖଣିଜ ସମ୍ପଦରେ ଭରପୁର ହେଲେ ଆଜିବି ଏମିତି ଗାଁ ଅଛି ଯୋଉଠି ଆଜିବି ବିଦ୍ୟୁତ ତାର ସଂଯୋଗ ହୋଇଛି ସତ କିନ୍ତୁ ବିଦ୍ୟୁତ୍ ତାର ରେ ନାହିଁ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ । ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ହେବ ତାର ସଂଯୋଗ ହେଲେ ମଧ୍ୟ ଗାଁ କୁ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ । ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଉଷା କୋଠି ର ଆଖ ପାଖ ଅଞ୍ଚଳ ଅର୍ଥାତ ଆମଟ ପାଣି ଓ ଲକ୍ଷ୍ମଣ ପାହାଡ ଗାଁ ଗୁଡିକ ଅନ୍ଧାର ରରେ ,ଏ ଗ୍ରାମ ଗୁଡ଼ିକ ହେଉଛି ରାଜ୍ୟର ସୀମାନ୍ତ ବର୍ତ୍ତି ଅଞ୍ଚଳ କିଛି କିଲୋମିଟର ଆଗକୁ ଆରମ୍ଭ ହୋଇଥାଏ ଛତିଶଗଡ଼ ରାଜ୍ୟ ପରିତାପର ବିଷୟ ଏହାଯେ ସୁନ୍ଦରଗଡ ରେ NTPC ଭଳି ବିଦ୍ୟୁତ ଶକ୍ତି ଉତ୍ପାଦନ କରି ଅନ୍ୟ ରାଜ୍ୟ ମାନଙ୍କୁ ବିକ୍ରି କରୁଥିବା ବେଳେ ଏ ଅଞ୍ଚଳ ପାଇଁ ସପ୍ନ ହୋଇ ରହି ଯାଇଛି lଗୋଟେ ବର୍ଷ ଆଗରୁ ଆମେ ଏ ସମସ୍ୟା କୁ ନେଇ ଲେଫ୍ରିପଡା ଜେ. ଇ. ଙ୍କୁ ପଚାରିବାରୁ staff ସମସ୍ୟା କଥା କହି ସମସ୍ୟା କୁ ଭୁଳେଇ ଦେଇଥିଲେ ଇତି ମଧ୍ୟରେ ଗୋଟେ ବର୍ଷ ବିତିଯାଇଥିଲେ ମଧ୍ୟ ସମାଧାନ ହୋଇ ପାରିଲାନି ସମସ୍ୟା l ଏବେ ଆମେ ଏ ସମସ୍ୟା ସମ୍ପର୍କରେ ଜାଣିବାକୁ ଲେଫ୍ରିପଡା ଜେ. ଇ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ଯୋଗା ଯୋଗ ହୋଇପାରିନଥିଲା l ଦେଖିବାକୁ ରହିଲା ବିଦ୍ୟୁତ ଭଳି ମୌଳିକ ସୁବିଧା କେବେ ପହଂଚି ପାରୁଛି ଏ ଅଞ୍ଚଳ ରେ l
ଆଜି ବି ଅନ୍ଧାର ରେ ସୁନ୍ଦରଗଡ !
Click for Any Complaint Regarding This News
AAA Online Services