ମାଲକାଗିରି ଓକିଲ ସଂଘର ସଭାପତି ଦୁର୍ଗା ତ୍ରିପାଠୀ ନିର୍ବାଚିତ

Advertisement
Advertisement
Click for Any Complaint Regarding This News
AAA Online Services

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓକିଲ ସଂଘର ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ଯା ୬ଟା ସମୟରେ ଏହାର ଫଳାଫଳ ଘୋଷଣା କରାଯାଇଛି l ନିର୍ବାଚନି ଫଳାଫଳ ଅନୁସାରେ ସମାଜସେବୀ ଦୁର୍ଗା ତ୍ରିପାଠୀ ଓକିଲ ସଂଘର ସଭାପତି ଭାବେ ନିର୍ବାଚନରେ ବିଜୟ ଲାଭ କରିଥିବା ବେଳେ ବିଜେଡିର ସଂଗଠନ ସଂପାଦକ ନୃସିଂହ ଚରଣ ମହାନ୍ତି ସଭାପତି ପଦବୀ ଲଢି ଶୋଚନୀୟ ଭାବେ ପରାସ୍ତ ହୋଇଛନ୍ତି l ପ୍ରାପ୍ତ ସୂଚନା ଅନୁସାରେ ଆଜି ମାଲକାନଗିରି ଓକିଲ ସଂଘର ସଭାପତି ପଦବୀ ପାଇଁ ସମାଜସେବୀ ଦୁର୍ଗା ତ୍ରିପାଠୀ, ବିଜେଡିର ସାଂଗଠନିକ ସଂପାଦକ ନୃସିହଚରଣ ମହାନ୍ତି(ବୁନୁ) ଏବଂ ପୂର୍ବତନ ଉପଜିଲ୍ଲାପାଳ ରଥୀକୃଷ୍ଣ ପାତ୍ର ନିର୍ବାଚନ ଲଢୁଥିଲେ l ଫଳାଫଳ ଅନୁସାରେ ଦିର୍ଗା ତ୍ରିପାଠୀ ୪୮ ଖଣ୍ଡ ,ନୃସିଂହ ଚରଣ ମହାନ୍ତି ୪୦ ଖଣ୍ଡ ଏବଂ ରଥୀକୃଷ୍ଣ ପାତ୍ର ମାତ୍ର ୩ ଖଣ୍ଡ ଭୋଟ ପାଇଥିଲେ  l ସେହି ପରି ସଂପାଦକ ପଦବୀ ପାଇଁ ଲମ୍ବୋଦର ତୁରିକ ଏବଂ ବିଜୁ ସରକାର ଲଢୁଥିବା ବେଳେ ଲମ୍ବୋଦର ତୁରୁକ ୪୮ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଥିଲେ  l ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜୁ ସରକାର ୪୧ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ ! ପୂର୍ବରୁ ଉପସଭାପତି ଭାରେ ହୃଷିକେଶ ପଣ୍ଡା ଏବଂ କୋଷାଧ୍ଯକ୍ଷ ଭାବେ ଚିନ୍ମୟ ରାୟ ନିର୍ଦ୍ବନ୍ଦରେ ବିଜୟ ଲାଭ କରିଥିଲେ !ନିର୍ବାଚନ ଅଧିକାରୀ ଭାବେ ବିଜୟ କୁମାର ମହାନ୍ତି ଏବଂ ଅଶୋକ କୁମାର ନାୟକ ଦାୟିତ୍ବ ନିର୍ବାହ କରିଥିଲେ l (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Please Share

Leave a Reply

Your email address will not be published. Required fields are marked *