ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ମେଡିକାଲରେ ମହିଳାଙ୍କ ମୃତ୍ୟୁ ଘଟଣା : କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲା ୨୦ଘଣ୍ଟାର ଆନ୍ଦୋଳନ

Advertisement
Advertisement
Click for Any Complaint Regarding This News
AAA Online Services

ଜଗତସିଂହପୁର:(ରମେଶ ମହାନ୍ତି):- ଜଗତସିଂହପୁର ଜିଲ୍ଲା ଏରସମା ମେଡିକାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର ବେଳେ ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଗତକାଲି ମହିଳାଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ଦୀର୍ଘ ୨୦ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତୃଟିପୁର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ଏରସମା ବ୍ଲକ ବଳେଇପୁର ପଞ୍ଚାୟତ ନଳକଣୀ ଗ୍ରାମର ଟୁଟୁ ଓରଫ ତ୍ରିଲୋଚନ ରାଉତଙ୍କ ପତ୍ନୀ ବିନ୍ଦୁଲତାଙ୍କର ଗତକାଲି ଏରସମା ମେଡିକାଲରେ ମୃତ୍ୟୁ ହୋଇଥିଲା।

ଘଟଣାକୁ ଚପାଇଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପରିବାର ଲୋକ ଓ ସ୍ଥାନୀୟ ଜନସାଧାରଣ ପ୍ରତିବାଦ କରିଥିଲେ।ଅସ୍ତ୍ରୋପଚାର ପରେ ବିନ୍ଦୁଲତାଙ୍କ ମୃତ୍ୟୁ ଯୋଗୁଁ ଅସ୍ତ୍ରୋପଚାର କରିଥିବା ଡାକ୍ତର ପ୍ରତାପ କୁମାର ଦାସ ମେଡିକାଲରୁ ଚମ୍ପଟ ମାରିଥିଲେ ବୋଲି କୁହାଯାଉଛି ।ମହିଳାଙ୍କୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ସମ୍ପୃକ୍ତ ଡାକ୍ତରଙ୍କୁ ଗିରଫ ଦାବିରେ ଆଜି ଏରସମା ମେଡିକାଲ ସମ୍ମୁଖ ୫୫ନଂ ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକମାନେ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଦୀର୍ଘ ୨୦ଘଣ୍ଟା ଧରି ଆନ୍ଦୋଳନ ଚାଲିଥିଲା।

ଏହାର ସମାଧାନ ପାଇଁ ସ୍ଥାନୀୟ ସର୍ବଦଳୀୟ ଛାମୁଆଁ ନେତାମାନଙ୍କ ସହ ଜଗତସିଂହପୁର ଏଡିଏମ,ଏଡିଏମଓ,ସ୍ଥାନୀୟ ତହସିଲଦାର, ତିର୍ତ୍ତୋଲ ଏସଡିପିଓ, କୁଜଙ୍ଗ ଓ ଏରସମା ଥାନା ଆଇଆଇସି, ବିଡ଼ିଓ, ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଦୀର୍ଘ ୨ଘଣ୍ଟାଧରି ଆଲୋଚନା କରିବା ପରେ ଘଟଣାର ସମାଧାନ କରାଯାଇଥିଲା।ମୃତ ମହିଳାଙ୍କ ପରିବାରକୁ ରୋଗୀକଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କା, ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର,ତହସିଲ ପକ୍ଷରୁ ରେଡକ୍ରସ ପାଣ୍ଠିରୁ ୩୦ହଜାର ଟଙ୍କା, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପକ୍ଷରୁ ମୃତକଙ୍କ ପାଇଁ ଏକଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ ସମ୍ପୃକ୍ତ ଡାକ୍ତର ପ୍ରତାପ ଦାସଙ୍କ ବିରୁଦ୍ଧରେ ଅପରାଧିକ ମାମଲାରେ ଏତଲା ଦିଆଯିବାର ଲିଖିତ ପ୍ରତିଶୃତି ଦିଆଯାଇଥିବା ଜଣାପଡିଛି।

ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ। ମନ୍ତ୍ରୀଙ୍କ ପ୍ରତିନିଧି ମୃତକଙ୍କ ସ୍ୱାମୀଙ୍କୁ ଏକଲକ୍ଷ ଟଙ୍କା, ଅତିରିକ୍ତ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ୩୦ହଜାର ଟଙ୍କା ପ୍ରଦାନ କରିଥିଲେ।ମୃତ ବିନ୍ଦୁଲତାଙ୍କ ମରଶରୀରକୁ ବେବଛେଦ ପାଇଁ ପଠାଯାଇଥିବା ଜଣାପଡିଛି ।

Please Share

Leave a Reply

Your email address will not be published. Required fields are marked *