*ମାଟି/ମା’ଟି*
(କବି କେଶବ ଚନ୍ଦ୍ର ନାୟକ)
………………………….
ମାଟି….ମା’ଟି
ଜନ୍ମ ହେଉ ହେଉ କୋଳେଇ ମତେ
ଦେଇଛି ଜୀବଦାନଟି
ମାଟି….ମା’ଟି….!!
ଏ ମାଟି ଗରଭେ ସରିତ ସାଗର
ନିର୍ଝର ଝର ସ୍ବଛ ସଲିଳ ବହେଟି
ମାଟି…. ମା’ଟି….!!
ଅମୃତ ସେଇ ସଲିଳ ପାନେ
ମୋ ଜୀବନ ପ୍ରଦୀପ ଜଳେଟି
ମାଟି ମା’ଟି…!!
ଏ ମାଟିରେ ବନ ଲତା ସୁଶୋଭିତ
ଫଳ ପୁଷ୍ପେ ବିମଣ୍ଡିତଟି
ମାଟି…ମା’ଟି….!!
ଉଚ୍ଚ ନୀଚ୍ଚ କେତେ ପାହାଡ ପର୍ବତ
ମାଟି ମାଆ କୋଳେ ଶୋହେଟି
ମାଟି….ମା’ଟି..!!
ସବୁଜ ସୁନ୍ଦର ଜଙ୍ଗଲୁ ଆସେ
ମୃଦ୍ୟୁ ମଳୟ ଛୁଆଁଟି
ମାଟି….ମା’ଟି….!!
ସେ ପବନ ନେଇ ଜୀଏଁ ଦିବା ନିଶି
ବାୟୁ ବିନା ପ୍ରାଣ ନାହିଁ ଟି
ମାଟି….ମା’ଟି….!!
ଏ ମାଟିରେ ଚାଷ ଏ ମାଟିରେ ବାସ
ଏ ମାଟି ଦେଇଛି ସବୁଟି
ମାଟି….ମା’ଟି….!!
ଅମୂଲ୍ଯ ସଂପଦ ଏମାଟି ମୁଠିକ
ଜଳେ ଚିତା ଶେଷେ ସେଇଠି
ମାଟି…..ମା’ଟି….!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମାଟି/ମା’ଟି
Click for Any Complaint Regarding This News
AAA Online Services