ସୁନ୍ଦର ଚିତ୍ରକଳାରେ ଝଲସୁଛି ଭଞ୍ଜନଗରର କଳା ସଂସ୍କୃତି, ଐତିହ୍ୟ ,ପରମ୍ପରା ଓ ବୀରତ୍ବର ଗାଥା

Advertisement
Advertisement
Click for Any Complaint Regarding This News
AAA Online Services

ଭଞ୍ଜନଗର ( ନିଲୁ ବିଷୋୟୀ ) – ସୁନ୍ଦର ସୁନ୍ଦର ଚିତ୍ର କଳାରେ ସମଗ୍ର ଭଞ୍ଜନଗର ଏବେ ଚମକୁଛି । ଐତିହ୍ୟ ଭରା ଭଞ୍ଜନଗର ମାଟିର ଚିତ୍ରଶିଳ୍ପୀମାନଙ୍କ ହାତର କଳା ,ରଙ୍ଗ ଏବଂ ତୂଳୀ ମାଧ୍ୟମରେ ବିଭିନ୍ନ ସରକାରୀ ପାଚେରୀ ମାନଙ୍କରେ ଶୋଭାବର୍ଦ୍ଧନ କରୁଛି ।ରାସ୍ତାରେ ଯାଉଥିବା ବାଟୋଇଟିଏ ଏହି ଚିତ୍ର କଳାକୁ କିଛି ସମୟ ନିରୀକ୍ଷଣ ନକରି ରହିପାରିବ ନାହିଁ । ଭଞ୍ଜନଗରର ବିଭିନ୍ନ କଳା ସଂସ୍କୃତି, ପରଂପରା, ଐତିହ୍ୟ ସ୍ଥାନ, ଦର୍ଶନୀୟ ସ୍ଥାନ , ବିଭିନ୍ନ ଠାକୁରାଣୀ, କ୍ରୀଡା ,ବୀରତ୍ବର ଗାଥା , ସ୍ୱାସ୍ଥ୍ୟ ଆଦିକୁ ନେଇ ସଚେତନତାର ବାର୍ତ୍ତା ଚିତ୍ର ଗୁଡିକରେ ପ୍ରସ୍ପୁଟିତ ହୋଇଛି ।ସହରର ବିଭିନ୍ନ ସ୍ଥାନରେ ଗତ ତିନି ମାସରୁ ଉର୍ଦ୍ଧ ହେଲା ଆଚଂଳିକ କଳାକାରମାନଙ୍କ ଦ୍ୱାରା ଚିତ୍ର ଗୁଡିକ ଅଙ୍କା ଚାଲିଛି ।କରୋନା ମହାମରୀ ସମୟରେ ଲକଡାଉନ ଓ ସଟଡାଉନ କାରଣରୁ ଲୋକଙ୍କୁ କୌଣସି କାର୍ଯ୍ୟ ମିଳୁନଥିବା ବେଳେ କଳାକାରମାନଙ୍କୁ ରୋଜଗାର ଦେବା ଉଦ୍ଦେଶ୍ୟରେ ଭଞ୍ଜନଗର ଏନ.ଏ.ସି ପ୍ରଶାସନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଏଥିରେ ଭଂଜନଗର ଅଚଂଳର ଚିତ୍ର ଶିଳ୍ପିମାନେ ଉପକୃତ ହୋପାରିଥିବାରୁ ଖୁସି ଜାହିର କରିଛନ୍ତି ।

Please Share

Leave a Reply

Your email address will not be published. Required fields are marked *