ମୁମ୍ବାଇ: ଗୋଟିଏ ପଟେ ଦେଶରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ଏହି ଆନ୍ଦୋଳନର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି। ଖଲିସ୍ତାନ ସମର୍ଥିତ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ସୁରକ୍ଷା ଏଜେନ୍ସି ନଜର ରଖିଛି ସମ୍ପ୍ରତି ମହାରାଷ୍ଟ୍ରର ସାଇବର ସେଲ୍ ଜାଣିବାକୁ ପାଇଛି ଯେ ଗତ କିଛି ଦିନ ହେବ କୃଷକ ଆନ୍ଦୋଳନ ନାଁ ରେ ଖାଲିସ୍ତାନ ତଥା ଆତଙ୍କବାଦୀ ଜାନେଲ୍ ସିଂ ଭୀନ୍ଦ୍ରନୱାଲେଙ୍କ ସହ ଜଡିତ ପୋଷ୍ଟ ଗୁଡିକ ଦିନ କୁ ଦିନ ଅଧିକରୁ ଅଧିକ ସେୟାର ହେବାରେ ଲାଗିଛି । ମହାରାଷ୍ଟ୍ର ସାଇବର ସେଲ ଅନୁଯାୟୀ, ଗତ 16 ଦିନ ଧରି ସେମାନେ 12,800 ଟି ପୋଷ୍ଟ ପାଇଛନ୍ତି ଯାହାକି ଖାଲିସ୍ତାନ ବିଷୟରେ ଉଲ୍ଲେଖ କରିଥିବାବେଳେ 6,321 ଟି ପୋଷ୍ଟ ଅଛି ଯେଉଁଥିରେ ଆତଙ୍କବାଦୀ ଜେନେରାଲ ସିଂ ଭୀନ୍ଦ୍ରନୱାଲେ ଉଲ୍ଲେଖ କରିଛନ୍ତି। ଅଧିକାଂଶ ପୋଷ୍ଟ ସେୟାର ଓ ପୋଷ୍ଟ କରୁଥିବା ଆକାଉଣ୍ଟ ଗୁଡିକ ବ୍ରିଟେନ, ଆମେରିକା, କାନାଡା ଏବଂ ଭାରତରୁ ପରିଚାଳିତ ହେଉଛି | ଅନୁସନ୍ଧାନରେ ଏହା ମଧ୍ୟ ଜଣାପଡିଛି ଯେ ଏହି ପୋଷ୍ଟ କରୁଥିବା ଆକାଉଣ୍ଟ ଗୁଡିକ ନଭେମ୍ବର କିମ୍ବା ଡିସେମ୍ବରରେ ସୃଷ୍ଟି ହୋଇଛି ।
ମହାରାଷ୍ଟ୍ରର ସାଇବର ସେଲ୍ ଗୁରୁତ୍ୱୋପୂର୍ଣ୍ଣ ଖୁଲସା : କୃଷକ ଆନ୍ଦୋଳନ ପଛରେ ଚାଲିଛି ଖାଲିସ୍ତାନ ଏଜେଣ୍ଡା
Click for Any Complaint Regarding This News
AAA Online Services