*ଅସ୍ତିତ୍ବ*
(କବି କେଶବ ଚନ୍ଦ୍ର ନାୟକ)
……………………………
ମତେ ବନ୍ଦୀ କରି ଦିଅ
ସାତ ପୁଡା କବାଟରେ
ଅବା ସାତ ତାଳ ପଙ୍କରେ
ସାତ ସମୁଦ୍ରରେ
ଅବା ଅଗ୍ନାଅଗ୍ନି ଜଙ୍ଗଲରେ
ଯମଟା ବାଟବଣା ହେଉ
ମୋ ଠିକଣା/ଖୋଜି ଖୋଜି ନପାଉ ମତେ
ଯମକୁ ଭୁଲାଇବା ପାଇଁ କୌଶଳ…!!
ବୟସ ହୋଇଗଲା ବୋଲି
ମରିବା କଣ ବାଧ୍ଯ
ବ୍ଯାଧି ସ୍ପର୍ଶ କଲା ବୋଲି
ଜୀଇଁବା ମନା…
ବଞ୍ଚିବାର ଅଧିକାର ଟିକକ
ତୁମେ କଣ ଛଡାଇ ନେବ ଯମ ରାଜ…?
ଜୀବନ ଅଛି ବୋଲି
ମମତାରେ ବନ୍ଧା
ଜୀବନ ଅଛି ବୋଲି
ଜଗତକୁ ଜାଣେ
ଜୀବନ ଅଛି ବୋଲି
ମୁଁ କାନ୍ଦି କାନ୍ଦି ହସେ
ଆଉ ହସି ହସି କାନ୍ଦେ…!!
ଜୀବନ ଅଛି ବୋଲି
ମୁଁ କାହାକୁ ଚିହ୍ନେ
ପର ଆପଣାର ଜାଣେ
ଜୀବନ ଅଛି ବୋଲି
କେବେ ଯନ୍ତ୍ରଣାକୁ ସହି ସହି
ସଂଘର୍ଷ କରେ/ମୋ ଅସ୍ତିତ୍ବକୁ ଉପଲବ୍ଧି କରେ…!!
ମୃତ୍ୟୁ ପରେ ସବୁ ଝଡର ସମାପ୍ତ
ଶାନ୍ତ ପଡିଯାଏ ସଂସାର ସାଗର
ନିର୍ଲିପ୍ତ ହୋଇଯାଏ ସମସ୍ତ ଅସ୍ତିତ୍ବ..!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ଅସ୍ତିତ୍ବ……
Click for Any Complaint Regarding This News
AAA Online Services