ଇସ୍ରାଏଲ୍ ବୈଜ୍ଞାନିକ ଏଲିୟନ ବା ଅନ୍ୟ ଗ୍ରହର ଜୀବଙ୍କ ଅସ୍ତିତ୍ୱ ଉପରେ ଏକ ସମ୍ବେଦନଶୀଳ ଦାବି କରିଛନ୍ତି। ଇସ୍ରାଏଲର ପୂର୍ବତନ ମହାକାଶ ସୁରକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ହାମ ଇଶେଦ ଦାବି କରିଛନ୍ତି ଯେ ବ୍ରହ୍ମାଣ୍ଡରେ ଏଲିୟନ ଅଛନ୍ତି । ଏଥିସହ ଆମେରିକା ଏବଂ ଇସ୍ରାଏଲ୍ ସହିତ ସେମାନେ ଯୋଗା ଯୋଗରେ ଅଛନ୍ତି। ଏଥିସହ ସେ କହିଛନ୍ତି ଯେ ମାନବ ସଭ୍ୟତା ଏଥି ନିମନ୍ତେ ପ୍ରସ୍ତୁତ ନ ଥିବାରୁ ଏଲିୟନ ଙ୍କ ଉପସ୍ଥିତି ବର୍ତ୍ତମାନ ପର୍ଯ୍ୟନ୍ତ ତଥ୍ୟ ଲୁଚାଇ ରଖା ଯାଇଛି । 30 ବର୍ଷ ଧରି ଇସ୍ରାଏଲର ମହାକାଶ ସୁରକ୍ଷା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ହାମ ଇଶେଦ ଇସ୍ରାଏଲର ଖବର କାଗଜ ୟେଦିଓତ ଆହରୋନତ ସହ କଥାବାର୍ତ୍ତା ସମୟରେ ସେ ଖୁଲସା କରିଛନ୍ତି ଯେ ଆମେରିକା ସହିତ ଗୁପ୍ତ ଚୁକ୍ତିନାମା ଅନୁଯାୟୀ ମଙ୍ଗଳ ଗ୍ରହରେ ଏକ ଭୂତଳ ବେସ ଚଳାଇବା ଏକ ଗାଲାକ୍ଟିକ ଫେଡେରେଶନ ଗଠନ କରାଯାଇଛି। ଟ୍ରମ୍ପ ଏଲିୟାନଙ୍କ ସମ୍ପର୍କରେ ପ୍ରକାଶ କରିବାକୁ ଯାଉଥିଲେ କିନ୍ତୁ ଗାଲାକ୍ଟିକ ଫେଡେରେଶନ ତାଙ୍କ ଉପରେ ଚାପ ପକାଇ ତାଙ୍କୁ ଏ ପରି କରିବାରୁ ଅଟକାଇ ଥିଲେ। ସେ କହିଛନ୍ତି ଯେ ପୃଥିବୀ ଯାତ୍ରା କରୁଥିବା ବିଦେଶୀ ଏବଂ ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ଏଲିୟାନ ମାନଙ୍କ ସହିତ ସମ୍ପର୍କ ଦୃଢୀଭୁତ ହୋଇଛି |
ଅନ୍ୟ ଗ୍ରହର ଜୀବଙ୍କ ଅସ୍ତିତ୍ୱ ଉପରେ ଚାଞ୍ଚଲ୍ୟ କର ବୟାନ : ଆମେରିକା ଏବଂ ଇସ୍ରାଏଲ୍ ସହିତ ସମ୍ପର୍କରେ ଅଛନ୍ତି ଏଲିୟନ
Click for Any Complaint Regarding This News
AAA Online Services