ରାଜଗାଙ୍ଗପୁର (ଦେବବ୍ରତ ମିତ୍ର) : ଆଜି ରାଜଗାଙ୍ଗପୁରଠାରେ ମାନବାଧିକାର ଦିବସ ପାଳିତ ହୋଇଅଛି । ମାନବାଧିକାର କମିଶନଙ୍କ ରାଜଗାଙ୍ଗପୁର ସାଖା ସଦସ୍ୟ ଶ୍ରୀ ମହମ୍ମଦ ନୈସାଦ ଙ୍କ ଦ୍ୱାରା ସହରରେ ମାନବାଧିକାର ଦିବସ ପାଳନ ଅବସରରେ ସରକାରୀ ହସପିଟାଲରେ ଥିବା ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଉକ୍ତ ସଙ୍ଗଠନ ଦ୍ୱାରା ହସପିଟାଲର ବିଭିନ୍ନ ୱାର୍ଡ କୁ ଯାଇ ରୋଗୀଙ୍କର ସ୍ୟାସ୍ଥଗତ ସମସ୍ୟା ବୁଝିଥିଲେ । ଏହା ସହ ମାନବାଧିକାର କର୍ମୀମାନେ ସାଧାରଣ ଲୋକଙ୍କ ସହ ମାନବାଧିକାର ଦିବସ ସମ୍ବନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଏହାର ମୂଲ୍ୟ ବୋଧ ବିଷୟରେ ବୁଝାଇଥିଲେ ।
ଆଜି ର କାର୍ଯ୍ୟକ୍ରମ ରେ ମହମ୍ମଦ ଆଝାରୁନ୍ଧିନ,ମହମ୍ମଦ ଆସରଫ ଖାନ, ଏସକେ ଆସିମ, ମହମ୍ମଦ ଆସଲମ, ଇରଶାଦ ରାଜା ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିଥିଲେ ।