ବଡଗଡ଼ ବନାଞ୍ଚଳରେ ଅଣୁ ଯୋଜନା ପ୍ରସ୍ତୁତି କାଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

ଭଞ୍ଜନଗର/ବଡଗଡ଼ ( ନିଲୁ ବିଷୋୟୀ) – ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡଗଡ ବନାଞ୍ଚଳ ତଥା କ୍ଷେତ୍ର ପରିଚାଳନା ଏକକ ଅଧିନରେ ଥିବା ମାଙ୍କଡ଼ଛୁଆଁ ବନ ସୁରକ୍ଷା ସମିତିରେ ଅଣୁ ଯୋଜନା ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଭାଗ ନେଇ ବନ ସୁରକ୍ଷା ସମିତିର ଏକ ସର୍ବାଙ୍ଗୀନ ଯୋଜନା ପ୍ରସ୍ତୁତି କରିବାରେ ସହଯୋଗ କରିଥିଲେ । ସହଭାଗୀ ଗ୍ରାମ୍ୟ ଅବଧାରଣା ମାଧ୍ୟମରେ ଗ୍ରାମର ବିଭିନ୍ନ ତଥ୍ୟ ସଂଗ୍ରହ, ସମସ୍ୟା ଚିହ୍ନଟି କରଣ, ସମ୍ବଳ ଚିହ୍ନଟି କରଣ ଓ ତାହାର ବ୍ୟବହାର ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିଲା । ସାମାଜିକ ମାନଚିତ୍ର, ସମ୍ବଳ ମାନଚିତ୍ର, ଚପାତି ଚିତ୍ର, ବିତ୍ତୀୟ ଶ୍ରେଣୀ ବିଭାଗ, ଚାଲି ଚାଲି ଗ୍ରାମ୍ୟ ଭ୍ରମଣ, ଐତିହାସିକ ସମୟସାରାଣୀ ମାଧ୍ୟମରେ ଯୋଜନା ପ୍ରସ୍ତୁତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ-୨ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରୁ ପ୍ରକଳ୍ପ ପରିଚାଳନା ବିଶେଷଜ୍ଞ ଶ୍ରୀ ସୁଦର୍ଶନ ଦେ ଓ କ୍ରିଷ୍ଣା କୁମାର ଯୋଗଦେଇ ପ୍ରକଳ୍ପର କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଅଣୁ ଯୋଜନା ପ୍ରସ୍ତୁତିରେ ଭାଗ ନେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବଡଗଡ ବନାଞ୍ଚଳ ଅଧିକାରୀ ଶ୍ରୀ ନରସିଂହ ବେହେରା, ବିଷୟବସ୍ତୁ ବିଶେଷଜ୍ଞ ଶ୍ରୀ ଶୁଭକାନ୍ତ ମିଶ୍ର, ଶୋଭନ ପଟ୍ଟନାୟକ, ବନାଞ୍ଚଳ ତରଫରୁ କରୁଣାକର ବାରିକ, ସଞ୍ଜିତ କୁମାର ମହାରଣା, ଅଂଶୁମାନ ଶତପଥୀ, ସମୀର କାନ୍ତ ପାଢ଼ୀ, ସୁଶାନ୍ତ କୁମାର ବିଷୋୟୀ, ବନପାଳ, ରାଜେନ୍ଦ୍ର କୁମାର ଗୌଡ଼, ସଭ୍ୟ ସମ୍ପାଦକ, ଦୂର୍ଗା ପ୍ରସାଦ ଦାଶ, ଦଣ୍ଡପାଣି ଶବର ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Please Share

Leave a Reply

Your email address will not be published. Required fields are marked *