ଜି.ଉଦୟଗିରି (ପ୍ରତାପ ଚନ୍ଦ୍ର ପାଢୀ) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମପଞ୍ଚାୟତର ଦରାପିଡା ଠାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନୂଆଁରେ ନିର୍ମାଣ ହୋଇଥିବା ପୋଲଟି ବର୍ତ୍ତମାନ ୧ବର୍ଷ ନ ପୁରୁଣୁ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସେହି ପୋଲଦେଇ ଯାତାୟାତ କରୁଥିବା ଯାନବାହାନ ବିପଦ ସଂକୁଳ ଅବସ୍ଥା ରେ ଯାତାୟାତ କରୁଥିବାବେଳେ ଭାରୀଯାନ ଯାତାୟାତ ରେ ମାଟି ଦବିଯାଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଟିକିଏ ଅସାବଧାନତା ରେ ଯାନବାହାନ ଗଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଜଣାପଡୁଛି।ପୋଲ ତିଆରି ହେବା ପରେ ଦୁଇ ପାର୍ଶ୍ୱ ରେ ସୁରକ୍ଷା ପ୍ରାଚୀର ଆବଶ୍ୟକ ଥିବା ବେଳେ କେବଳ ମାଇଲ ଖୁଣ୍ଟ ରେ କାମ ସାରି ଦେଇଥିବା ଦେଖାଦେଇଛି। ଅପରପକ୍ଷରେ କାର୍ଯ୍ୟ ସରିବାର ୧ବର୍ଷ ନ ପୁରୁଣୁ ଏପରି ଦବିଯାଉଥିବା ନେଇ ସାଧାରଣ ରେ ଆଲୋଚନା ହେଉଥିବା ବେଳେ ବିଭାଗୀୟ କତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଠି ଦେବାକୁ ଦାବୀ ହେଉଛି।
ନିର୍ମାଣକୁ ବର୍ଷେ ପୂରିନି, ମରଣଯନ୍ତା ପାଲଟିଛି ପୋଲ
Click for Any Complaint Regarding This News
AAA Online Services