ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର ଭାମା ପ୍ରଧାନ ବୟସ ପାଖାପାଖି ୫୫ ରୁ ୬୦ । ସ୍ବାମୀ ୧୫ ବର୍ଷ ଆଗରୁ ଇହଳିଲା ତ୍ୟାଗ କରିଛନ୍ତି।ପଛରେ ଛାଡି ଯାଇଛନ୍ତି ସ୍ତ୍ରୀ,ଦୁଇ ଝିଅ ଏବଂ ଗୋଟିଏ ପୁଅକୁ।ଭାମା ବହୁ ଅସୁବିଧାର ସମ୍ମୁଖୀନ ହେବା ସତ୍ବେ ଦୁଇ ଝିଅଙ୍କୁ ବିବାହ କରିସାରିଲେଣି। ଗୋଟିଏ ବୋଲି ପୁଅ ଜୟରାମ ଆର୍ଥିକ ଅନାଟନ ସହି ନପାରି ଅନ୍ୟ ରାଜ୍ୟ କୁ ଯାଇ କାମ କରୁଛନ୍ତି।ଗତ ପାଞ୍ଚ ବର୍ଷ ହେଲା ସେ ଭିଟାମାଟି ମାଡି ନାହାନ୍ତି। ଗାଁ ରେ ରହିଯାଇଛନ୍ତି ଭାମା ଏକାକୀ। ବହୁ ଦିନ ହେଲାଣି ତାଙ୍କ ଘରଟି ଭାଙ୍ଗି ଯାଇଛି। ସେହି ଭଙ୍ଗା ଘରେ ବହୁ ଦୁର୍ଦ୍ଦିନରେ ଜିଉଁଛନ୍ତି।ଆବାସ ଯୋଜନାରେ ଘର ଟିଏ ପାଇଁ ବାରମ୍ବାର ସରପଞ୍ଚ ଙ୍କ ଠୁନେଇ ବିଡ଼ିଓ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ। ବାର୍ଦ୍ଧକ୍ୟ ଭତ୍ତା ସହ ମାସକୁ ପାଞ୍ଚ କିଲୋ ଚାଉଳ ପାଉ ଛନ୍ତି। ଏଣୁ ପ୍ରଶାସନ ମୋ ପ୍ରତି ଟିକିଏ ଦୃଷ୍ଟି ଦେଇ ଆବାସ ଯୋଜନାରେ ଘର ଟିଏ ଦେଲେ ତାଙ୍କୁ ଭଗବାନ ସହାୟ ହେବେ ବୋଲି ବୃଦ୍ଧା ଭାମା କହିଛନ୍ତି। କୃଷ୍ଣା ସେଠୀ ଙ୍କ ରିପୋର୍ଟ
ଅସହାୟ ଭାମା ଙ୍କୁ କେବେ ମିଳିବ ସହାୟତା
Click for Any Complaint Regarding This News
AAA Online Services