ରାଜଗାଙ୍ଗପୁର(ଦେବବ୍ରତ ମିତ୍ର): ବହୁ ସଂଘର୍ଷ ମୁହାଁମୁହିଁ ଲଡେଇର ଶେଷରେ ଶ୍ରୀ ରାଜେଶ କୁମାର ଶର୍ମା ଟ୍ରକ ମାଲିକ ସଂଘ ର ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ବାଙ୍କାଙ୍କୁ ୫୦ ଖଣ୍ଡ ଭୋଟ ରେ ପରାସ୍ତ କରିଛନ୍ତି।ସେହିପରି ରାମଜୀ ପ୍ରସାଦ ସାଧାରଣ ସମ୍ପାଦକ ଭାବେ ନିର୍ବାଚନ ହୋଇଛନ୍ତି ସେ ତାଙ୍କର ନିକଟତମ ପାର୍ଥୀ ତଥା ପୂର୍ବତନ ସଭାପତି ଶ୍ରୀ ରାକେଶ ନନ୍ଦା ଙ୍କୁ ୬୮ ଖଣ୍ଡ ଭୋଟ ବ୍ୟାବଧାନରେ ପରାସ୍ତ କରିଥିଲେ।କାର୍ଯ୍ୟକାରି ସଭାପତି ଭାବେ ମହମ୍ମଦ ଆବିଦ।ଉପ ସଭାପତି( ଏ) ରାଜକୁମାର ସାହୁ।ଉପ ସଭାପତି (ବି)ଶାମସଦ ଆଲାମ।ଯୁଗ୍ମ ସମ୍ଫାଦକ( ଏ) ହରଦିପ ସିଂହ।ଯୁଗ୍ମ ସମ୍ଫାଦକ (ବି) ତନବିର ଆଲାମ ଏବଂ କେସିଅର ଭାବେ ମହମ୍ମଦ ମୁଦଶର ନଜର ନିର୍ବାଚିତ ହୋଇଛନ୍ତି ।ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀ ଉପେନ୍ଦ୍ର ପ୍ରଧାନ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଉକ୍ତ ଖବର ପ୍ରଚାରିତ ହେବା ପରେ ନିର୍ବାଚିତ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ରାଜଗାଙ୍ଗପୁର ସହର ବାସି ଙ୍କୁ ମିଠା ଖୁଆଇ ଓ ବାଣ ଫୁଟାଇ ନିଜର ବିଜୟ ମନାଇଥିଲେ।ଏହା ଆଜି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି।ଏଠାରେ ସୁଚନା ଯୋଗ୍ୟ ଯେ ୫୬୭ ସଦସ୍ୟ ବିଶିଷ୍ଟ ସଂଘ ରୁ ୫୦୫ ଜଣ ଭୋଟ ଦେଇଥିଲେ।
ରାଜେଶ କୁମାର ଶର୍ମା ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ସଭାପତି ନିର୍ବାଚିତ
Click for Any Complaint Regarding This News
AAA Online Services