ଘେଁସରେ ହଲଧର ନାଗ ଗବେଷଣା କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ

Advertisement
Advertisement
Click for Any Complaint Regarding This News
AAA Online Services

ପଦ୍ମପୁର, ବରଗଡ ଜିଲ୍ଲା ସହୀଦ ପୀଠ ଘେଁସ ସ୍ଥିତ କଲେଜ ପରିସରରେ ପଦ୍ମଶ୍ରୀ ହଲଧର ନାଗ ସମ୍ବଲପୁରୀ / କୋଶଲିଭାଷା ସାହିତ୍ୟ ଗବେଷଣା କେନ୍ଦ୍ର ଏବଂ ସ୍ଥାନୀୟ ମହାବିଦ୍ୟାଳୟ ର ନୃତନ ଶ୍ରେଣୀ ଗୃହ, ପ୍ରଶାସନିକ ଭବନ ଓ କ୍ୟାଣ୍ଟିନ ଗୃହର ଭିତି ପ୍ରସ୍ଥର ସ୍ଥାପିତ ହୋଇଯାଇଛିା ମୂଖ୍ୟ ଅତିଥି ଭାବରେ ମାନ୍ୟବର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ପଦ୍ମଶ୍ରୀ ହଲଧର ନାଗଙ୍କ ସହିତ ଭୁମି ପୂଜନ କରିଛନ୍ତିା କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ସୋହେଲା ବ୍ଳକ ଚ୍ୟାର ମେନ ଜିବର୍ଦ୍ଧନ ବରିହା,ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ପଟେଲ ଯୋଗଦାନ କରିଥିଲୋ ମହାବିଦ୍ୟାଳୟ ଅଧ୍ୟକ୍ଷ ତରଣୀ ସେନ ବେହେରାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଟିତ ହୋଇଥିଲ।।ଏହି ଅବସରରେ ଅଭିମନ୍ୟୁ ସାହିତ୍ୟ ସଂସଦର ପୁର୍ବତନ ସଭାପତି ଅଶୋକ କୁମାର ପୁଜାହାରୀ, ସଭାପତି ସୁଶାନ୍ତ କୁମାର ମିଶ୍ର, ସଂପାଦକ ଶୋଭାଚନ୍ଦ୍ର ପଧାନ, ନାଟ୍ୟକାର କେଶରଂଜନ ପଧାନ, ଅଶୋକ ବହିଦାର, ଉତ୍ପନ୍ନ ଭୋଇ, ଧନପତି ମହାପାତ୍ର , ମୋହନ ସିଂ କହ୍ନେଇ , ଦୀଲିପ କୁମାର ଦେବତା, ସୁକୁମାର ଭୋଇ, ଅଧିକାରୀ ସା, ସ୍ୱାଧିନ ଭୋଇ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡା , ଅଧ୍ୟାପିକା ସ୍ୱରୁପମା ମିଶ୍ର, ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ କର, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଅଶୋକ ବେହେରା,କନିଷ୍ଠ ଯନ୍ତ୍ରୀ ଦୀଲିପ ମେହେରଙ୍କ ସମେତ କବି, ଲେଖକ, ମହାବିଦ୍ୟାଳୟ ଅଧ୍ୟାପକ , ଅଧ୍ୟାପିକା , ଛାତ୍ରଛାତ୍ରୀ , ଗଣ୍ୟମାନ୍ୟବ୍ୟକ୍ତି, ବିଭାଗୀୟକର୍ମଚାରୀ ପ୍ରମୂଖ ଉପସ୍ଥିତ ଥିଲୋ

ଏଠାରେ ସୂଚନା ଯୋଗ୍ୟ ଯେ ଯେ ଲୋକ କବି ହଲଧର ନାଗ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ମୂଖ୍ୟମନ୍ତ୍ରୀ କବିଙ୍କୁ ନବୀନ ନିବାସ ଆମନ୍ତ୍ରଣ କରି ୨୦୧୬ ମସିହାରେ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲୋ ଉକ୍ତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ କବିଙ୍କ ଜନ୍ମିତ ଗ୍ରାମ ବରଗଡ ଜିଲ୍ଲା ଘେଁସ ଠାରେ ହଲଧର ନାଗଙ୍କ ନାମ ରେ ଭାଷା ଓ ସାହିତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲୋ ଏହା ପରେ ସୋହେଲା ନିକଟସ୍ଥ ଇଚ୍ଛାପାଲିଠାରେ ଅନୁଷ୍ଠିତ ସମାବେଶରେ ମାନ୍ୟବର ମୂଖ୍ୟ ମନ୍ତ୍ରୀନବୀନ ପଟ୍ଟନାୟକ ଗବେଷଣା କେନ୍ଦ୍ରର ଭିତି ପ୍ରସ୍ଥର ସ୍ଥାପନ କରିଥିଲୋ ଉକ୍ତ କେନ୍ଦ୍ରର ଭବନ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ୨୫ଲକ୍ଷ ମଂଜୁର କରିଥିବା ବେଲେ ଏହାର ନିର୍ମାଣ ପାଇଁ ଭୁମି ପୂଜନ ଅନୁଷ୍ଠିତ ହୋଇଯାଇଛିା ଗବେଷଣା କେନ୍ଦ୍ରମାଧ୍ୟମରେ ସମ୍ବଲପୁରୀ/କୋଶଲିଭାଷା, ସାହିତ୍ୟର ପାଣ୍ଡୁଳିପିସଂଗ୍ରହ ,ଅଧିକ ଗବେଷଣା ସମେତ ଉନ୍ନୟନ କାର୍ଯ୍ୟ ହୋଇପାରିବ ବୋଲି ଜଣାଯାଇଛିା ତେଣୁ ପଶ୍ଚିମ ଓଡିଶାର କବି, ଲେଖକ, ବୁଦ୍ଧିଜିବୀ ତଥା ସଚେତନ ମହଲରେ ଖୁସି ପ୍ରକାଶପାଇଛିାବରଗଡ଼ ଜିଲ୍ଲା ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *