ଆୟୋଧ୍ୟା ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ସ୍ୱାଗତଯୋଗ୍ୟ – ଓଡ଼ିଶା ସୁରକ୍ଷା ସେନା

Advertisement
Advertisement
Click for Any Complaint Regarding This News
AAA Online Services

ଦୀର୍ଘ ବର୍ଷ ଧରି ନ୍ୟାୟପାଳିକା ରେ ପଡି ଥିବା ଆୟୋଧ୍ୟା ରାମ ମନ୍ଦିର ବିବାଦର ଫଇସଲା ଆଜି ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ କରିଛନ୍ତି। ଏହି ଫଇସଲା କୁ ଖୋଲା ହୃଦୟରେ ସ୍ୱାଗତ କରିଛି ଓଡ଼ିଶା ସୁରକ୍ଷା ସେନା। ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସୁପ୍ରିମକୋର୍ଟ ଫଇସଲା ପରେ ଆଗେଇ ପାରିବ ଏବଂ ଖୁବ ଶୀଘ୍ର ସେଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ ବୋଲି ସେନା ମୁଖ୍ୟ ଅଭିଷେକ ଯୋଶୀ ପ୍ରକାଶ କରିଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଯେ ଏହି ବିବାଦ ଜମି କିମ୍ବା ସମ୍ପତ୍ତି ବିବାଦ ନୁହଁ ବରଂ ଏହା ଆସ୍ଥା ଓ ଧର୍ମର ବିଷୟ। ସୁପ୍ରିମକୋର୍ଟର ଫଇସଲା କୁ ମୁସଲିମ ପକ୍ଷ ଖୋଲା ହୃଦୟରେ ସ୍ୱୀକାର କରିବା ଦରକାର।

ଆଜି ସୁପ୍ରିମକୋର୍ଟରେ ବିବାଦିତ ଜମି ରାମ ଲାଲାକୁ ଦେବା ପାଇଁ ନିର୍ଦେଶକୁ ସ୍ୱାଗତ ଜଣେଇ ଓଡ଼ିଶା ସୁରକ୍ଷା ସେନା କଟକ ଓ ଭୁବନେଶ୍ୱର ସ୍ଥିତ କାର୍ଯ୍ୟଳୟରେ ମିଷ୍ଠାନ ବଣ୍ଟନ କରାଯାଇଛି। ସେନାର ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହି ପରସ୍ପରକୁ ଅଭିନ୍ଦନ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସେନାର ସାଧାରଣ ସମ୍ପାଦକ ସତ୍ୟବ୍ରତ ପଣ୍ଡା, ସବ୍ୟସାଚୀ ଶତପଥି, ଦେବବ୍ରତ ମିଶ୍ର, ଜୟ ପ୍ରକାଶ ଶର୍ମା, ପାର୍ଥସାରଥୀ ସ୍ୱାଇଁ ଅରୁଣ କୁମାର ନାୟକ, ସନ୍ତୋଷ ଚୌଧରି, ବିକ୍ରମ ଶର୍ମା, ରାଜକିଶୋର ବାରିକ, ତାରକ ସିନହା, ରାଜୁ ଜୋତିଶ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *