ସରକାର ବସୁଧା ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବାାକୁ ଚେଷ୍ଟା କରୁଥିବାବେଳେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ପିକରବାଡି ପଞ୍ଚାୟତର ପାଙ୍ଗା ବିଦୁଙ୍ଗିଆ ଗ୍ରାମବାସୀ ଦୀର୍ଘ ୧୦ ମାସରୁ ଉର୍ଦ୍ଧ ହେବ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି।ବିବରଣୀରୁ ପ୍ରକାଶ ଯେ ଏ ବାବଦରେ ସ୍ଥାନୀୟ ସରପଞ୍ଚ ଗୋକୁଳାନନ୍ଦ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ ଶୁନ୍ୟ ହୋଇଥିଲା। ନିର୍ମୀତ ସୋଲାର ପମ୍ପ ଜନସ୍ବାସ୍ଥ୍ୟ ବିଭାଗକୁ ହସ୍ଥାନ୍ତର ହୋଇନାହିଁ ଏବଂ ଏହା୨୦୧୪-୧୫ ଆର୍ଥୀକ ବର୍ଷରେ ନିର୍ମୀତ ହୋଇଥିଲ ବୋଲିା ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀ ନାରାୟଣ ନାୟକ କହିଛନ୍ତି।ଏହାର ମେଣ୍ଟେନାନ୍ସ ପାଇଁ ୫ ବର୍ଷ ରହିଥିବାବେଳେ ଏବେ ସେ ଅବଧି ମଧ୍ୟ ସରିଯାଇଛି।ତେବେ ବର୍ତ୍ତମାନ କଥା ଉଠୁଛିଯେ ଯଦି ଏହା ବିଭାଗକୁ ହସ୍ତାନ୍ତର ହୋଇନାହିଁ ଓ ମେଣ୍ଟେନାନ୍ସର ଧାର୍ଯ୍ୟ ସମୟ ସରିଯାଇଛି,ତେବେ ତାହା ଆଉ ନିର୍ମାଣ ହେବନାହିଁ କି?ଆଉ ଯଦି ହେବ ତେବେ କେବେ? ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ଯେ ମୁଁ ପାଙ୍ଗା ବିଦୁଙ୍ଗିଆ ଗ୍ରାମକୁ ଯାଇ ସୋଲାର ପମ୍ପ ମୋଟରଟି ଖରାପ ହୋଇଥିବା ଦେଖିଛି,ଖୁବ ଶୀଘ୍ର ତାହା ତିଆରି କରାଯିବ। ଉକ୍ତ ଗ୍ରାମରେ ପ୍ରାୟ ୨୫୦ ରୁ ୩୦୦ ଲୋକ ବାସ କରୁଥିବାବେଳେ ଲୋକ ପ୍ରତିନିଧି ଓ ପ୍ରଶାସନିକ ସ୍ତରରେ ସମନ୍ବୟ ରକ୍ଷାକରି କେତେ ଶୀଘ୍ର ଅଞ୍ଚଳବାସୀଙ୍କୁ ପାନୀୟ ଜଳ ତୁରନ୍ତ ଯୋଗାଇ ଦେବାରେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।
ପାନୀୟ ଜଳ ପାଇଁ ଅଞ୍ଚଳବାସୀ ଡହଳ ବିକଳ
Click for Any Complaint Regarding This News
AAA Online Services