ରାଜଗାଙ୍ଗପୁର ସହରରେ ଭାରତ ବନ୍ଦ ର ଆଂଶିକ ପ୍ରଭାବ

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର(ଦେବବ୍ରତ ମିତ୍ର) : ସର୍ବ ଭାରତ କୃଷକ ସଙ୍ଗଠନ ଦ୍ୱାରା ଦିଆଯାଇଥିବା ଭାରତ ବନ୍ଦ ର ପ୍ରଭାବ ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ଆଜି ଦିନ ସୁଧା ବିଶେଷ ସେପରି କିଛି ଦେଖିବାକୁ ମିଳି ନଥିଲା । କୃଷକ ସଙ୍ଗଠନ ଓ ରାଜନୈତିକ ଦଳ ଦ୍ୱାରା କରାଯାଇଥିବା ବନ୍ଦ ର ପ୍ରଭାବ ଲୋକଙ୍କ ଜୀବନ ଉପରେ ବ୍ୟାପକ ଭାବେ ପଡ଼ିନଥିଲା।ରାଜଗାଙ୍ଗପୁର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ଦୋକାନ ବଜାର ହାଟ ସବୁଦିନ ପରି ଖୋଲା ରହିଥିଲା ଓ ଲୋକେ ଯାତୟାତ ସ୍ଵାଭାବିକ ଥିଲା।କିନ୍ତୁ ସରକାରୀ କାର୍ଯ୍ୟାଳୟ ସିମେଣ୍ଟ କାରଖାନାର ଗେଟ ବନ୍ଦ ଥିଲା ରାଜରାସ୍ତା ରେ ଏସୟୁସିଆଇ ,ଆଇଏନଟିୟୁସି ଏବଂ କଂଗ୍ରେସ ଦଳର ନେତାମାନେ ସମ୍ପୂର୍ଣ୍ଣ ବନ୍ଦ କରିବା ଦ୍ୱାରା ଗାଡ଼ି ଚଳାଚଳ କିଛି ସମୟ ପାଇଁ ବନ୍ଦ ଥିଲା । ତେବେ କୌଣସି ଜାଗାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା।

Please Share

Leave a Reply

Your email address will not be published. Required fields are marked *