ଜି.ଉଦୟଗିରିରେ ବନ୍ଦ ଶାନ୍ତିପୂର୍ଣ୍ଣ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି (ପ୍ରତାପ ଚନ୍ଦ୍ର ପାଢୀ ) କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ଜି.ଉଦୟଗିରି ବ୍ଳକରେ ପଡିଥିବା ଦେଖିବାକୁ ମିଳିଛି।ଫଳରେ ଯାନବାହନ ଚଳାଚଳ, ଦୋକାନ ବଜାର,ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।ଆନ୍ଦୋଳନକୁ ସମର୍ଥନ ଜଣାଇ କୃଷକ ସଂଗଠନ ସମେତ କଂଗ୍ରେସ ଦଳ ପକ୍ଷରୁ ସହରର ବିଭିନ୍ନ ଛକ ଗୁଡିକରେ ପିକେଟିଂ କରିବା ସହ ସହର ସାରା ବାଇକରାଲୀ କରିଥିଲେ।ବନ୍ଦକୁ ଦୃଷ୍ଟିରେ ରଖି ସହରର ସବୁ ଛକରେ ବ୍ୟାପକ ପୁଲିସ ମୂତୟନ କରାଯାଇଥିବା ସହ ପୋଲିସ ଗାଡି ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା।କେନ୍ଦ୍ର ସରକାରଙ୍କ କୃଷୀ ନୀତିକୁ ବିରୋଧ କରିବା ସହ କଡା ଭାଷାରେ ନିନ୍ଦା କରି ଉକ୍ତ ବିଲକୁ ପ୍ରତ୍ୟାହାର କରିବାକୁ ଜି.ଉଦୟଗିରି ବ୍ଳକ କଂଗେସ ସଭାପତି ଫିରୋଜ ଦିଗାଳ କହିଥିବାବେଳେ ଅନ୍ୟ କଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଦ୍ବାରା କୃଷକ ମାନଙ୍କ ପାଇଁ ଅଣାଯାଇଥିବା ତିନୋଟି କଳା ବିଲକୁ ବିରୋଧ କରି ଆଜି ଜି.ଉଦୟଗିରି କଗ୍ରେସ ଦଳ ପକ୍ଷରୁ କୃଷକ ସଂଗଠନକୁ ସମର୍ଥନ ଜଣାଇ ବନ୍ଦ ଡାକରା ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି।ଏଥି ସହିତ ବନ୍ଦ ଡାକରାକୁ ସମସ୍ତ ସହରବାସୀ ସମର୍ଥନ କରିଥିବାରୁ ସମସ୍ତଙ୍କୁ କଂଗ୍ରେସ ଦଳ ତରଫରୁ ଧନ୍ୟବାଦ ଜଣାଉଛୁ ବୋଲି ମଧ୍ୟ କହିଛନ୍ତି।ଉକ୍ତ ବନ୍ଦ ଡାକରାରେ ବ୍ଳକ କଂଗ୍ରେସ ସଭାପତି ଫିରୋଜ ଦିଗାଳ,ନଗର କଗ୍ରେସ ସଭାପତି ଏନ.ରାଜୁ ରାଓ,ଯାକେଶ ପ୍ରଧାନ ସମେତ ବହୁ ଦଳୀୟ କର୍ମୀ ଯୋଗଦେଇଥିଲେ।

Please Share

Leave a Reply

Your email address will not be published. Required fields are marked *