ଚାଷିଟିଏ ମୁଁ
(କବି କେଶବ ଚନ୍ଦ୍ର ନାୟକ)
……………………………………….
ଚାଷୀଟି ମୁଁ ଚାଷିଟିଏ
ଖରା ବରଷାକୁ ଖାତରି କରେନା
ଦୁନିଆ ମୁହଁର ହସଟିଏ…!
ଚାଷୀଟିଏ ମୁଁ ଚାଷୀଟିଏ….!!
କଳା ମଚ ମଚ ଦେହଟିଏ
ମୁଣ୍ଡେ ଭିଡିଥାଏ ପାଗଟିଏ
ପଖାଳ ତୋରାଣି ପିଆଜ ଖଣ୍ଡକ
ଖାଇ କଟିଯାଏ ଦିନଟିଏ…..
ଚାଷୀଟାଏ ମୁଁ ଚାଷୀଟାଏ…!!
ତାଳ ବରଡାରେ ଘର ମୋର
ନାହିଁ ଏଠି ତିଳେ ଆଡମ୍ବର
ସଜନା ଗଛକୁ ଲାଉ ଡଂକ ମାଡି
ଆହା କି ସୁନ୍ଦର ଘରଟିଏ……
ଚାଷୀଟିଏ ମୁଁ ଚାଷୀଟି….!!
କଷ୍ଟ ସହି ଚାଷ କରୁଥାଏ
ସଭିଂକୁ ଆହାର ଦେଇଥାଏ
କିବା ମନ୍ତ୍ରୀ ଯନ୍ତ୍ରୀ ଡାକତରବାବୁ
ଖାଦ୍ଯ ବିନା କିଏ ବଂଚିଥାଏ….
ଚାଷିଟିଏ ମୁଁ ଚାଷୀଟିଏ…!!
କାଳିଆ କଷରା ସାଥି ମୋର
ବଦଳ ଦୁଇ ମୋ ଆପଣାର
ଚାଷ ବାସେ ସଦା ତତପର….
ମୋ ଜୀବ ଜୀବନ ଧନଟିଏ….
ଚାଷୀଟାଏ ମୁଁ ଚାଷୀଟାଏ…!!
କଅଁଳ ଘାସରେ ତାଂକ ମନ
ଚରିବାକୁ ମନ ଛନ ଛନ
ପେଜ ତୋରାଣୀରେ ବଡ ଖୁସୀ….
ସେ ଆନନ୍ଦେ ହରେ ଦୁଃଖଟିଏ….!
ଚାଷୀଟିଏ ମୁଁ ଚାଷୀଚିଏ…….!!
ଘରଣି ମୋ ସଦା ଧୁରନ୍ଦର
କାମ କରିବାକୁ ଆଗଭର
ବାସି ପାଇଟି ଠୁ ଜମିଜୁମା କାମ….
କରିବାକୁ ସତେ କଳଟିଏ…!
ଚାଷୀଟିଏ ମୁଁ ଚାଷୀଟିଏ….!!
ସବୁଜ କ୍ଷେତର ମୁଁ ବିନ୍ଧାଣି
ଧାନ,ମାଣ୍ଡିଆ ଯେ ଶସ୍ଯ ପୁଣି
ଗହମ ବାଜରା, ମୁଗ ଡାଲି….
ଫଳିଲେ ଫୁଟଇ ହସଟିଏ….!
ଚାଷୀଟିଏ ମୁଁ ଚାଷୀଟି…..!!
ସକାଳେ ବାହାରି ସଂଜେ ଫେରେ
ଚାଷ କାମେ ଜୀଏଁ ଅବା ମରେ
ଫସଲ ଉଜୁଡି ଯାଏ ଯେବେ…..
ହୁଏ ମୁଁ ପାଗଳ ଲୋକଟିଏ….!
ଚାଷୀଟିଏ ମୁଁ ଚାଷୀଟିଏ….!!
ଦରିଦ୍ର ଜୀବନ ମୋ ସଂସାର
ଦୁନିଆରେ ତ୍ଯାଗ ସଦା ମୋର
କୋହ ମୋହ ସୀମା ହେଲେ ପାର
ମରେ କରେ ଧରି ମାଟିଟିଏ….!
ଚାଷୀଟିଏ ମୁଁ ଚାଷୀଟିଏ…..!!
ସମସ୍ତ ଜନଂକ ସେବା କରି
ଏ ଭବ ସାଗରୁ ହୁଏ ପାରି
ଚାଷ ଚାଷୀ ପ୍ରତି କଲେ ଅଣଦେଖା…!
ସୃଷ୍ଟି ହେବ ଧ୍ବଂସ ଥରଟିଏ…!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ମୋନଂ:-୯୪୩୭୭୭୯୪୪୭