ରାଜଗାଙ୍ଗପୁର(ଦେବବ୍ରତ ମିତ୍ର) : ରାଜଗାଙ୍ଗପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ୍ ପରିଚିତ ଏହି ଜରି ଗୋଟାଳି । ପ୍ରତି ଦିନ ନିତ୍ୟ କର୍ମ କରିବା ପରେ ଗୋଟିଏ ବଡ଼ ବେଗ ଧରି ବାହାରି ପଡ଼ନ୍ତି ନିଜର ଜୀବିକା ଯାତ୍ରାରେ ଚାରି ଆଡ଼େ ପଢିଥିବା ପ୍ଲାଷ୍ଟିକ, ଛୋଟ ଛୋଟ ଟିଣ,ଲୁହା ସେ ଗୋଟାନ୍ତି ଏବଂ ପରିବେଶ କୁ କିଛି ମାତ୍ରା ସଫାସୁତୁରା କରନ୍ତି ।ବ୍ୟାଗ ଭର୍ତ୍ତି ହୋଇ ଗଲେ ସେସବୁ ନେଇ ବକ୍ରୀ କରନ୍ତି କବାଡିଆ ବାଲାଙ୍କୁ ଏବଂ ଦିନସାରା ସେ ପାଆନ୍ତି ୧୫୦ରୁ ୨୦୦ ଟଙ୍କା ସେଥିରେ ସେ ଓ ତାଙ୍କର ପରିବାର ଚଳନ୍ତି ।ମଧ୍ୟାହ୍ନ ଭୋଜନ ୫ ଟଙ୍କା ରେ ପାଆନ୍ତି ସରକାରଙ୍କ ଭୋଜନାଳୟରୁ ସେଥିରେ ସେ ଖୁସି । ଏ କାରବାରରେ ସେ ବେମାର ପଡ଼ି ନାହାଁନ୍ତି ବୋଲି ସେ କହିଛନ୍ତି। ତେବେ ବୟସ ଅନେକ ହୋଇ ଯାଇଥିଲେ ମଧ୍ୟ । ବୟସର କୁଠାରାଘାତ ଭାଙ୍ଗି ପାରିନି ଏ ଯାଏ ।
ଜୀବନ ଯୁଦ୍ଧ ରେ ହାରି ନାହିଁ ବୟସ୍କ ଜରି ଗୋଟାଳି : ତଥାପି ଜାରି ରଖିଛନ୍ତି ସଂଘର୍ଷ
Click for Any Complaint Regarding This News
AAA Online Services