ବେଲଗୁଣ୍ଠା (ଶିବରାମ ଚୌଧୁରୀ) : ଗତ କାଲି କାଳଞ୍ଜି ସାମାଜ ବେତାରସିଂଗ୍ ମଣ୍ଡଳର ନୂଆଁ ପରିଷଦ ଗଠନ ସହିତ ପରିଷଦର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଭିନ୍ନ ଗ୍ରାମ, ଅଞ୍ଚଳ, ଓ କେନ୍ଦ୍ର ସଦସ୍ୟଙ୍କ ଉପସ୍ଥିତରେ କାଳଞ୍ଜି ସମାଜ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମାଜ ସମ୍ବିଧାନ ପ୍ରଦତ୍ତ ନିୟମାବଳୀ ପ୍ରକାରେ ବେତାରସିଙ୍ଗ୍ ଅଞ୍ଚଳ ପରିଷଦ ଗଠନ କରାଯାଇଛି I ପରିଷଦର ସଭାପତି ଭାବେ ଗୌର ଚରଣ ପ୍ରଧାନ, ଉପସଭାପତି ଭାବେ ଗଙ୍ଗାଧର ବିଶୋଇ, ସମ୍ପାଦକ ଭାବେ ଡାଃ ଅମ୍ବିକା ବିଶୋଇ, ସଂଗଠକ ଯୋଗେନ୍ଦ୍ର ନାହକ, ସଂଗଠନ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, କୋଷାଧକ୍ଷ ଭାବେ ସାଧୁ ଚରଣ ବିଶୋଇ ଏବଂ ଉପଦେଷ୍ଟା ଭାବେ ଦଣ୍ଡପାଣି ପ୍ରଧାନଙ୍କୁ ଚୟନ କରାଯାଇଛି I କାର୍ଯ୍ୟକ୍ରମରେ କେନ୍ଦ୍ର କମିଟି ସଭାପତି କୋରାନାଥ ସ୍ଵାଇଁ, ସମ୍ପାଦକ ସନ୍ତୋଷ କୁମାର ଜେନା, ଚାରି ଜଣ କେନ୍ଦ୍ର ସଦସ୍ୟ ଓ ବେତାରସିଙ୍ଗ ମଣ୍ଡଳର 16 ଖଣ୍ଡ ଗ୍ରାମ ସଦସ୍ୟ ଉପସ୍ଥିତିରେ ପରିଷଦ ଗଠନ ହୋଇଥିବା ସୂଚନା ମିଳିଛି Iଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ରୁ ବରିଷ୍ଟ ସମ୍ବାଦିକ ରିପୋର୍ଟ
ବେତାରସିଙ୍ଗ୍ ମଣ୍ଡଳର କାଳଞ୍ଜି ସମାଜ ପରିଷଦର କାର୍ଯ୍ୟକର୍ତ୍ତା ଚୟନ
Click for Any Complaint Regarding This News
AAA Online Services