ପଦ୍ମପୁର :- କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ନୂତନ କୄଷକ ଆଇନକୁ ବିରୋଧ କରି ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ୧୨ ଦିନ ହେବ ଚାଷୀ ମାନେ ଧାରଣା ରେ ଡେରା ପକାଇ ବସିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲୋଚନା ବାରମ୍ବାର ହେଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ଏ ପରିପ୍ରେକ୍ଷୀରେ ଚାଷୀଙ୍କ ଏହି ଧାରଣାକୁ ନ୍ୟାୟୋଚିତ ମନେକରି ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଆସନ୍ତା କାଲି ହେବାକୁ ଥିବା ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ମହୁଲପାଲି ଠାରେ ରାସ୍ତା ଅବରୋଧ କରାଯିବ ଏବଂ ପଦ୍ମପୁର ସହରର ସକାଳ ୬ଘଣ୍ଟା ସମୟରୁ ଅପରାହ୍ନ ୩ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଜରୁରୀ ସେବା ଗୁଡିକ ଖୋଲା ରହିବ । ଏହି ବନ୍ଦ ଡାକରାକୁ ପଦ୍ମପୁର ବଣିକ ସଙ୍ଘ,ନାଗରିକ କମିଟି ସମର୍ଥନ ଜଣାଇଥିବା ନାଗରିକ କମିଟି ସମ୍ପାଦକ ଅଜିତ ଶତପଥି ଓ ବଣିକ ସଙ୍ଘ ସଭାପତି ପ୍ରତାପ ମିଶ୍ର ଙ୍କ ଠାରୁ ପ୍ରକାଶ lଜନସାଧାରଣ ସ୍ୱତ ପ୍ରବୃତ୍ତ ଭାବେ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି lବରଗଡ ପଦ୍ମପୁର ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା
ଚାଷୀ କୁ ସମ୍ମାନ,ମାଟି ମାଁ କୁ ସମ୍ମାନ : ଭାରତ ବନ୍ଦ କୁ ପଦ୍ମପୁର ବନ୍ଦ
Click for Any Complaint Regarding This News
AAA Online Services