ବଲାଙ୍ଗୀର (କ୍ରିଷ୍ଣା ସେଠୀ): ଗରିବ ଅସହାୟ ଲୋକଙ୍କୁ କିପରି ହତାଦର କରାଯାଏ ଏହାର ଜ୍ୱଳନ୍ତ ଉଦାହରଣ ଜାମଚୁଆଁ ଗ୍ରାମର ବିଜୟ ଲକ୍ଷ୍ମୀ ରଣା। କୈାଣସି ଏକ ଅଜଣା ରୋଗରେ ପଡି ସ୍ବାମୀ ବନମାଳୀ ରଣା ୧୫ ବର୍ଷ ଆଗରୁ ସ୍ତ୍ରୀ ବିଜୟ ଲକ୍ଷ୍ମୀ ରଣା ଙ୍କୁ ଏକୁଟିଆ କରି ଆରପାରିକୁ ଚାଲିଗଲେ। ବହୁତ ଦୁଃଖ କଷ୍ଟରେ ନିଜର ପିଲାଛୁଆଙ୍କୁ ପାଳିଛନ୍ତି। ସ୍ବାମୀ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ।ସେ ଚାଲିଗଲା ପରେ ବହୁ ଦୁର୍ଦ୍ଦିନରେ କାଳାତିପାତ କରିଛନ୍ତି।ଗତ ୧୫ ବର୍ଷ ହେଲା ବାରମ୍ବାର ବିଡ଼ିଓ, ସରପଞ୍ଚ, ମେମ୍ବର ସମସ୍ତ ଙ୍କୁ ଗୁହାରି କରିଛନ୍ତି ଭତ୍ତା ଟିଏ ପାଇଁ କିନ୍ତୁ ଆଜି ପର୍ଯ୍ୟନ୍ତ କିଛି ବି ମିଳିଲା ନାହିଁ।ମିଳିଲା ଖାଲି ଆଶ୍ଵାସନା, ପ୍ରତିଶୃତି। ବାରମ୍ବାର ଅଫିସ୍ ଅଫିସ୍ ଧାଇଁ ଧାଇଁ ଥକି ଗଲିଣି ବୋଲି କୋହଭରା କଣ୍ଠରେ କହିଛନ୍ତି ବିଜୟଲକ୍ଷ୍ମୀ। ଗରିବଙ୍କୁ ଏପରି ଉପହାସ କରିବା ଠିକ୍ ନୁହେଁ ଭଗବାନ ସବୁ ଦେଖୁଛନ୍ତି ବୋଲି କହିଛନ୍ତି। ସେ ପ୍ରଶାସନ କୁ ଅନୁରୋଧ କରିଛନ୍ତି କମସେ କମ୍ ଏବେ ତ ମୋ ଭତ୍ତା କରିଦିଅ। ଜିଇଁ ଥାଉ ଥାଉ ଟିକେ ସୁଖରେ ରହିବୀ।
ସ୍ବାମୀ ମୃତ୍ୟୁ ର ୧୫ ବର୍ଷ ହେଲାଣି ତଥାପି ମିଳିନାହିଁ ବିଧବା ଭତ୍ତା
Click for Any Complaint Regarding This News
AAA Online Services