*ପ୍ରୀତି ପିୟୂଷ*
(କବି କେଶବ ଚନ୍ଦ୍ର ନାୟକ)
……………………………………
ତୁମ ଦୁଆର ପାଖରେ ଅଟକି ଯାଏ ମୋ ପାଦ
ଚୁମ୍ବକ ପରିକା ଏ ମାଟିରେ ଅଛି ଯାଦୁ
ଆଗକୁ ବଢୁନି ପାଦ
ତୁମକୁ ଦେଖିଲା ପରେ
ମୋ ଦେହେ ସଂଚରେ ଶକ୍ତି…!!
ଏ ଆଖି ଯୁଗଳ କାହିଁକି କେଜାଣି
ତୁମ ଘର ଆଡେ ଚାହେଁ ….
ଲକ୍ଷ୍ଯ ହୁଏ ନାହିଁ ଭ୍ରଷ୍ଟ
ତୁମକୁ ଚାହିଁଲା ପରେ
ଅନ୍ତରେ ଅନନ୍ତ ହସର ଉଜାଣି ଉଠେ…!!
ଛୋଟିଆ ଏ ଉପହାର
ତୁମକୁ ଦେବାକୁ ଲୁଚାଇ ଧରିଛି
ଗୋଲାପର ଫୁଲ ଗୁଛ
ସିଂଚିଛି ସେଥିରେ ଗୋଲାପ ଅତର ବୁନ୍ଦା
ମହ ମହ ଛୁଟେ ବାସ
ନେବ କି ନନେବ ମନରେ ସନ୍ଦେହ ଜାଗେ…!!
ପୂନେଇ ଚାନ୍ଦର କିରି ହସ ତୁମ
ମୋ ମନରେ ଉଠେ
ଭଲ ପାଇବାର ନିଶା
ତୁମତ ଦେଇଛ ଅଦେଖା ପ୍ରୀତିର ଭେଟି
ପାଶୋରୀ ପାରୁଛି କିବା..?
ମନ ମୀନ ମୋର
ତୁମ ପ୍ରେମ ଜାଲେ ବନ୍ଧା
ହୁଏ ଖାଲି ଛଟପଟ
ଜୀବନର ଡୋରୀ ଧରାଇଛି ତୁମ ହସ୍ତେ
କାମନା ଜ୍ବଳାରେ ଦଗ୍ଧ ମୁଁ ଆଜି ପ୍ରିୟା
ପିପାସୀତ ପ୍ରାଣ ପ୍ରୀତି ପିୟୂଷେ ମୋ ଆଶା….!!
(ସଭାପତି,ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି)
ପ୍ରୀତି ପିୟୂଷ……
Click for Any Complaint Regarding This News
AAA Online Services