କରୋନା ଜୀବାଣୁ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରିଥିବାବେଳେ ଏହି ମହାମାରୀ ସମୟରେ ଏକ ବିବାହ ଉତ୍ସବ ଆୟୋଜନ କରିବା ଏକ ଚ୍ୟାଲେଞ୍ଜରୁ କିଛି କମ୍ ନୁହେଁ। ସାରଦେଶରେ ସଂକ୍ରମଣ ବିସ୍ତାର ହେବାର ଭୟରେ ସମ୍ପର୍କୀୟମାନେ ବିବାହକୁ ମଧ୍ୟ ଏଡ଼ାଇ ଯାଉଛନ୍ତି। ଏଭଳି ପରିସ୍ଥିତିରେ, ରାଜସ୍ଥାନର ବାରାନସ୍ଥିତ କେଲୱାରା କୋଭିଡ ସେଣ୍ଟରରେ ପିପିଇ କିଟ୍ ପିନ୍ଧି ଏକ ଦମ୍ପତି ବିବାହ କରିବା ସାରା ଦେଶରେ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ବିବାହ ଦିନ ବର ନିଜେ କରୋନା ପଜିଟିଭ୍ ବୋଲି ଜଣାପଡିଥିଲା। ତେବେ ବିବାହ ପୂର୍ବରୁ ନିର୍ଦ୍ଧାରିତହେବ ଯୋଗୁଁ ଉଭୟ ବାର ଓ କନ୍ୟା ପକ୍ଷ ପିପିଇ କିଟ ପିନ୍ଧି ବିବାହ କରିବାକୁ ମନସ୍ଥ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଏହି ବିବାହରେ ପୁରୋହିତଙ୍କ ବ୍ୟତୀତ କେବଳ ଜଣେ ବ୍ୟକ୍ତି ଉପସ୍ଥିତ ଥିଲେ ଓ ବିବାହ ରୀତିନୀତି ଓ ପୂଜା କାର୍ଯ୍ୟ କରୁଥିବା ବ୍ରାହ୍ମଣ ମଧ୍ୟ ପିପିଇ କିଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।
ଚର୍ଚ୍ଚା ର ବିଷୟ ପାଲଟିଛି ପିପିଇ କିଟ୍ ରେ ବାହାଘର
Click for Any Complaint Regarding This News
AAA Online Services