ସୁନ୍ଦରଗଡ (ଦେବଲୋଚନ କୁମୁରା) : ଜିଲ୍ଲା ସ୍ତରୀୟ ଷଡ ବଂଶୀୟ ଗୋଁଡ ସମାଜର ଏକ ବୈଠକ ସୁନ୍ଦରଗଡ ସ୍ଥିତ ରଙ୍ଗାଢିପା ଜଂଘା ମନ୍ଦିର ପ୍ରାଙ୍ଗଣ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକରେ ସମାଜର ସଂଗଠନ ଓ ଉନ୍ନତ ମୂଳକ କାର୍ଯ୍ୟ ଉପରେ ବିଶେଷ କରି ଆଲୋଚନା ହୋଇଥିଲା ,ଶିକ୍ଷା ରଅଭାବ ଯୋଗୁଁ ଆଜିବି ଆମ ସମାଜ ଆଗକୁ ବଢ଼ି ପାରୁନଥିବା ବିଭିନ୍ନ ସାମଜ ସେବୀ ବକ୍ତବ୍ୟ ରଖିଥିଲେ ଏହାକୁ ମଜବୁତ କରିବାକୁ ହେଲେ ତଳ ସ୍ତରରୁ ସଂଗଠନ ହେଲେ ଯାଇ ସଂଗଠନ ସଂଗଠିତ ହେବ ବୋଲି ମୁଖ୍ୟ ଆଲୋଚନା ହୋଇଥିଲା l ଆଗାମୀ ବର୍ଷ ଜାନୁଆରୀ 23 ତାରିଖ ଦିନ ହେବାକୁ ଥିବା ଶ୍ରୀ ଶ୍ରୀ ଜଂଘା ଦେଓ ଙ୍କର ବାର୍ଷିକ ପୂଜା ଉପଲକ୍ଷେ କିପରି ସୁରୁଖୁରୁରେ ହୋଇପାରିବ ସେଥିପାଇଁ ସମସ୍ତଙ୍କର ମତାମତ ନେଇଆଯାଇଥିଲା ଓ ଶେଷରେ କୋବିଡ଼ 19 ନିୟମ ଅନୁଯାୟୀ ପୂଜା ଅନୁଷ୍ଠିତ ହେବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ lପ୍ରତି ଆଞ୍ଚଳିକ ଗୁଡି ମାନଙ୍କୁ ମଧ୍ୟ ଅବଗତ କରା ଯାଇଛି ବୈଠକ ରେ ସବଡେଗା ଗୁଡି ସଭାପତି ଶ୍ରୀ କୁଳମଣି ମାଝୀ, ସୁନ୍ଦରଗଡ ଗୁଡି ସଭାପତି ଗୋପାଳ ନେଟି, ତୁଡାଲଗା ସଭାପତି ବିପିନ ସିଂ ବରିହା, ଉଜ୍ଜ୍ବଳପୁର ଉପ ସଭାପତି କିଶୋର କୁମୁରା, ଜଂଘା ବଡ ଦେଓ ଭୋଇପାଲି ସଭାପତି ଶ୍ରୀ ନିତ୍ୟା ନନ୍ଦ ନାଏକ ଉପ ସଭାପତି ରୀନା ମାଝୀ, ପଦ୍ମନାଭ ନାଏକ, ହର ପ୍ରସାଦ ମାଝୀ, ବେଲାଲ ସେନ କୁମୁରା ,ରବୀନ୍ଦ୍ର ନାଏକ ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀ ଦିଲୀପ କୁମୁରା ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା ସଙ୍ଗ କରିଥିଲେ l
ଷଡବଂଶୀୟ ଗୋଁଡ ସମାଜର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ
Click for Any Complaint Regarding This News
AAA Online Services