ରାଜ୍ୟ ସଡକ ପରିବହନ ବିଭାଗର ନିଷ୍ପତି ଉପରେ କଟକ ସହର ବାସି ଙ୍କ ଅସନ୍ତୋଷ

Advertisement
Advertisement
Click for Any Complaint Regarding This News
AAA Online Services

କଟକ (ଅମ୍ବିକା ପ୍ରସନ୍ନ ତ୍ରିପାଠୀ) : ନିକଟରେ ସରକାରଙ୍କ ରାଜ୍ୟ ସଡକ ପରିବହନ ବିଭାଗ ଯେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ତାହା ଠିକ୍ କିନ୍ତୁ ସବୁ ସ୍ଥାନ ପାଇଁ ଏହା ପ୍ରଜ୍ୟୁଜ୍ୟ ନୁହେଁ ବୋଲି ଜନସାଧାରଣ କହୁଛନ୍ତି।ପରିବହନ ବିଭାଗର ୟେ ନିଷ୍ପତ୍ତି କୁ କଟକ ସହର ବାସି ଗ୍ରହଣ କରି ପାରୁନାହାନ୍ତି।

ଅତୀତରେ ସ୍ବାସ୍ଥ୍ୟ ବିଭାଗର ଅବହେଳା ଓ ଅସାବଧାନତା ପାଇଁ କଟକର କର୍କଟ ରୋଗ ବିଭାଗ ରୁ କରୋନା ବ୍ୟାପିଥିଲା।କଟକ ଏକ ତ୍ରିକୋଣ ଭୂମି ଦୁଇ ନଦୀର ଅବବାହିକା ଅଞ୍ଚଳ। ସ୍ୱଳ୍ପ ଆୟତନ ବିଶିଷ୍ଟ ଅଞ୍ଚଳ। ଜନ ବହୁଳ ଘରକୁ ଘର ସାହି କୁ ସାହି ବସ୍ତି କୁ ବସ୍ତି ଲାଗି ଅଙ୍କା ବଙ୍କା ଖାଲ ଢିପ ର ରାସ୍ତା ର ସହର।ଯାହାକି ଓଡ଼ିଶାର ବ୍ୟବସାୟ ର ପ୍ରାଣ କେନ୍ଦ୍ର ଥିଲା ଆଜି ବି ଅଛି।ଲୋକଙ୍କ ଚାଲି କରି ଯିବା ରେ ଯେଉଁଠି ଦେହ କୁ ଦେହ ବାଜେ ସେଠାରେ ଯାନ ବହାନର ସର୍ବୋଚ୍ଚ ବେଗ କେତେ ହୋଇ ପାରେ।କଟକର ଦୁର୍ଘଟଣା କହିଲେ କେହି କାହା ଦେହରେ ବାଡେଇ ହୋଇ ଯିବା।ତେଣୁ ସହର ମଧ୍ୟରେ ହେଲମେଟ ର ଆବଶ୍ୟକତା ବୋଧ ହୁଏ ସେତେ ନୁହେଁ।କିନ୍ତୁ ଶତକଡା ସହେ କୁ ସହେ ଭାଗ ଲୋକେ ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର କରୁଛନ୍ତି।କଟକ ର ବ୍ୟାସାର୍ଦ୍ଧ ବୋଧେ ୨୦ରୁ ୩୦କିଲୋ ମିଟର ଭିତରେ ହୋଇ ପାରେ।

ଲୋକଙ୍କ କହିବା ଅନୁସାରେ ଦୀର୍ଘ ବର୍ଷ ବର୍ଷ ଧରି କଟକ ର ରାସ୍ତା ଘାଟ ଠିକ୍ ହୋଇବପାରୁନି ଏଠି ହେଲମେଟ ଆରୋହୀ ଓ ବସିଥିବା ର ଲୋକ ର ଆବଶ୍ୟକତା ନାହିଁ। କରୋନା ପୂର୍ବରୁ କେନ୍ଦ୍ର ସରକାର ଙ୍କ ପ୍ରଣୟନ ନିୟମକୁ ସବୁ ରାଜ୍ୟ ଗ୍ରହଣ କଲେ କିନ୍ତୁ କେତେକ ନିଜ ରାଜ୍ୟରେ ଜନସାଧାରଣ ଓ ସରକାରଙ୍କୁ ସୁହାଇଲା ଭଳି ପ୍ରଣୟନ କଲେ କିନ୍ତୁ ଓଡ଼ିଶା ସର୍ବାଗ୍ରେ ଜନସାଧାରଣଙ୍କ ଠାରୁ ଜୋରିମାନା ଆଦାୟ କରି ବାହାବାହା ନେଲା। ବହୁତ୍ ରାଜ୍ୟରେ କେନ୍ଦ୍ରର ଆଇନ ମଧ୍ୟ କାର୍ଯ୍ୟ କାରୀ ହେଲାନି ।

ସେହି ରାଜ୍ୟରେ ଥିବା ଜିଲ୍ଲା ମାନଙ୍କରେ ଥିବା ମହାନଗର ନିଗମ ତାଙ୍କ ସୀମା ଭିତରେ ଥିବା ଏହି ନିୟମ କୁ ଲାଗୁ କଲେ ନାହିଁ। ସୀମା ବାହାରେ ରାଜ ରାସ୍ତାରେ ଲାଗୁ କରିଥିଲେ। ଯଦି ଏହା ସେଠାରେ କାର୍ଯ୍ୟ କାରୀ ହୋଇ ପାରିଲା ତେବେ ଅଙ୍କା ବଙ୍କା ଅଣ ଓସାରିଆ ଖାଲ ଖମା ରେ ପୂର୍ଣ୍ଣ କଟକ ସହରରେ କନ୍ ମହାନଗର ନିଗମ କାମ କରୁନି ଏଠାରେ ଥିବା ପ୍ରଶାସନ ଜିଲ୍ଲା ଅଧିକାରୀ କଣ ନିଜ ସୀମା ପାଇଁ ଏବଂ ଲୋକଙ୍କ ଅସୁବିଧା ନ ହେବା ପାଇଁ ନିୟମ କୁ ଦେଖି ଲାଗୁ କରିବା ରେ ଅସୁବିଧା କେଉଁଠି।କଟକ ବାସି ସଦା ସର୍ବଦା ଆଇନ କାନୁନ କୁ ସମ୍ମାନ ଦେଇଥାନ୍ତି ସେଥି ପାଇଁ ଭାଇ ଚାରା ର ସହରେ ଦୁର୍ଘଟଣା ରାହାଜାନୀ ଇତ୍ୟାଦି ଅନ୍ୟ ଜିଲ୍ଲା ଅନୁସାରେ କମ୍।

ପରିବହନ ବିଭାଗର ଲାଗୁ ହେବାକୁ ଥିବା ନିୟମ ଚାଳକ ସହ ବସି ଥିବା ଲୋକ ପାଇଁ ହେଲମେଟ ବାଧ୍ୟତାମୂଳକ ନିୟମ କୁ ନା ପସନ୍ଦ କରିଛନ୍ତି କଟକ ସହର ବାସି। ସର୍ବ ସାଧାରଣ ସ୍ଥାନରେ ଏହା ଏକ ଆଲୋଚ୍ୟ ର ବିଷୟ ବସ୍ତୁ ପାଲଟିଛି। କଟକ ବାସୀଙ୍କ ମହାନଗର ନିଗମ ତଥା ପରିବହନ ବିଭାଗ ଓ ପ୍ରଶାସନ କୁ ଅନୁରୋଧ ସେମାନେ ସ୍ଥାନ କାଳ ପାତ୍ର ଦେଖି ଅଯଥା ପ୍ରତିଦିନ ବିରୋଧର ସାମନା ନ କରନ୍ତୁ।

Please Share

Leave a Reply

Your email address will not be published. Required fields are marked *