ଅଗ୍ନି ବିପନ୍ନ ମାନଙ୍କୁ ସହଯୋଗ ର ହାତ ବଡେଇଲା : ଆଶ୍ୱାସନା

Advertisement
Advertisement
Click for Any Complaint Regarding This News
AAA Online Services

ବାଲିଆପାଳ ହାଟ ନିକଟସ୍ଥ ହରିସ୍ଥାନ୍ ରେ ଘଟିଥିବା ଅଗ୍ନିକାଣ୍ଡ ରେ ବିପନ୍ନ ମାନଙ୍କ ପାଖରେ ଆଜି ୬ ତାରିଖରେ ବରୀ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶ୍ୱାସନା ପକ୍ଷରୁ ଶୁଖିଲା ଖାଦ୍ୟ ସହ ପୋଷାକ ବିତରଣ କରାଯାଇଥିଲା।ଏଥିସହ ସଂଗଠନ ର ବରୀ ମାଉଣ୍ଡ ରେ ଥିବା ଏକ ପୋଷାକ ଦାନ ବକ୍ସର ସମସ୍ତ ପୋଷାକ(ପ୍ରାୟ୧୦୦ ହଳ) ପୋଷାକ ଜରୁରୀ କାଳୀନ ସହଯୋଗ ପାଇଁ ସେମାନଙ୍କ ଉଦ୍ଦ୍ୟେଶ୍ ଉତ୍ସର୍ଗ କରାଗଲା ବୋଲି ସଂଗଠନ ର ସଭାପତି ସୁବ୍ରତ ଜେନା ସୂଚନା ଦେଇଥିଲେ।ସଂଗଠନ ର ସମସ୍ତ ସଦସ୍ୟ ମାନେ ବରୀ ବାସୀ ଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ବରୀ ବାସୀଙ୍କ ପୋଷାକ ବକ୍ସ ରେ ସହଯୋଗ ଏମିତି ଜରୁରୀ କାଳୀନ ପରିସ୍ଥିତି ରେ ହିତାଧିକାରୀଙ୍କୁ ପହଞ୍ଚାଇଦିଆଯିବ।ଏହି କାର୍ଯ୍ୟକ୍ରମରେ ସଭାପତି ସୁବ୍ରତ ଜେନା ସମ୍ପାଦକ ଆଲୋକ ପରିଡ଼ା,ଅପୂର୍ବ ରଞ୍ଜନ ସାହୁ, ବୁଲୁ ଜେନା,ଦୀପକ ଭରଦ୍ୱାଜ,ରତିକାନ୍ତ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *