ବରୀ (ଦୀପକ୍ ଭରଦ୍ୱାଜ) : ଚର୍ଚ୍ଚିତ କୁନି ଝିଅ ପରୀ ହତ୍ୟା ମାମଲା କୁ ବିରୋଧ କରି ବରୀ ନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ତରଫରୁ ପ୍ରତିବାଦ ଶୋଭାଯାତ୍ରା ବରୀ ନଗର ଏବିଭିପି ସଂଯୋଜକ ସ୍ମୃତିରଞ୍ଜନ ବେହେରା ଙ୍କ ତତ୍ତ୍ୱାବଧାନରେ ସମ୍ପାଦନ କରାଯାଇଥିଲା। ବହୁ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତି ରେ ବରୀ ମାର୍କେଟ ପରିଭ୍ରମ କରି ଜାଗୁଲେଇ ମନ୍ଦିର ପ୍ରଙ୍ଗଣ ରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ହତ୍ୟା ଘଟଣା ର CBI ଦ୍ଵାରା ନିରପେକ୍ଷ ତଦନ୍ତ କରାଯାଇ , ହତ୍ୟା ଘଟଣା ରେ ସଂପୃକ୍ତ ଆସାମୀ ମାନଙ୍କୁ ଉଚିତ୍ ଦଣ୍ଡ ପ୍ରଦାନ କରାଯିବା ସହିତ ପରୀ ପରିବାର ବର୍ଗ କୁ ଉପଯୁକ୍ତ ନ୍ୟାୟ ପାଇଁ ଦୃଢ ଦାବି ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ABVP କାର୍ଯ୍ୟକର୍ତ୍ତା ସ୍ୱୟଂ ଯୋତି ବେହେରା, ଜ୍ଞାନ ରଞ୍ଜନ ବେହେରା, ସୁପ୍ରିୟା ବେହେରା, ସଞ୍ଜୟ ରଥ, ସୂର୍ଯ୍ୟକାନ୍ତ ଓଝା,ରାଜେନ୍ଦ୍ର ଜେନା,ସତ୍ୟ ବେହେରା,ମଧୁ ଶ୍ରୀ ବେହେରା, ମହେନ୍ଦ୍ର ବେହେରା, ଆଶୁତୋଷ ଦାସ, ମିହିର ମହାନ୍ତି, ବିଶ୍ବରଂଜନ ଜେନା,ଚନ୍ଦ୍ର ବେହେରା, ଓମ୍ ପ୍ରକାଶ, ଆଶୁତୋଷ ସିଲୁ, ସାରସ୍ବତ,ସତ୍ୟଜିତ, ମନୋରଞ୍ଜନ , ସୋନୁ, ଚନ୍ଦନ, ବିଶ୍ୱଜିତ୍ ଜେନା ପ୍ରମୁଖ ସହ ଯୋଗ କରିଥିଲେ।
ଚର୍ଚ୍ଚିତ ପରୀ ହତ୍ୟା ମାମଲା କୁ ବିରୋଧ କରି ବରୀ ନଗର ଏ ତରଫରୁ ପ୍ରତିବାଦ ଶୋଭାଯାତ୍ରା
Click for Any Complaint Regarding This News
AAA Online Services