ପବିତ୍ର ଶୌର୍ଯ୍ୟ ଦିବସ ଅବସରରେ ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

Advertisement
Advertisement
Click for Any Complaint Regarding This News
AAA Online Services

ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ,କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପବିତ୍ର ଶୌର୍ଯ୍ୟ ଦିବସ ଅବସରରେ ସଭାପତି ବାନାମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓ ଏଥିସହିତ ସମସ୍ତ ସଭ୍ୟ ମାନେ ମହାବୀର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଏଥି ସହିତ କାର୍ଯ୍ୟାଳୟ ଗୃହ ଓ ଶୌଚାଳୟ ଗୃହ ର କାର୍ଯ୍ୟକ୍ରମ ସମାପନ ହୋଇଥିବାରୁ ସଭାପତି ଓ କାର୍ଯ୍ୟକାରୀ ସଭାପତି ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ଜଣାଇବା ସହିତ ଆନନ୍ଦ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଗୋପୀନାଥ ତ୍ରିପାଠୀ , ଉପସଭାପତି ଭାବଗ୍ରାହୀ ସିଂ , ପ୍ରଭାତ ରଞ୍ଜନ ଦାସ ,ସମ୍ପାଦକ ବିରେନ୍ଦ୍ର କୁମାର ସାମଲ,ସହସମ୍ପାଦକ ଅଜିତ କୁମାର ଦାସ, ବଜରଙ୍ଗ ଦଳ ସଂଯୋଜକ ସତ୍ୟପ୍ରିୟ ଜେନା , ସମନ୍ୱୟ ମଞ୍ଚ ପ୍ରମୁଖ ବ୍ରଜସୁନ୍ଦର ଦାସ , ନଗର ସହସଂଯୋଜକ ସୌମ୍ୟରଂଜନ କର, ନଗର ମହାବିଦ୍ୟାଳୟ ପ୍ରମୁଖ ଭକ୍ତି ରଞ୍ଜନ ସାହୁ , ୬ ନଂ ୱାର୍ଡ ସଂଯୋଜକ ନୀଳକଣ୍ଠ ସ୍ବାଇଁ, ପ୍ରଭାଶିଷ ମହାନ୍ତି, ମିଲନ କୁମାର ସାହୁ , ଗୌତମ ସାହୁ ଓ ଲାଡୁ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ରାମମନ୍ଦିର ନିର୍ମାଣ ଅଭିଯାନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତି ଓଡିଶା

Please Share

Leave a Reply

Your email address will not be published. Required fields are marked *