କ୍ଳବ ଘର ପାଇଁ ପ୍ରଶାସନ ଓ ଗ୍ରାମବାସୀ ଆଲୋଚନା :ସମାଧାନ ସକାଶେ ସମୟ ନେଲେ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି ( ପ୍ରତାପ ଚନ୍ଦ୍ର ପାଢୀ )ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥିତ ଏକ କ୍ଳବ ଘରକୁ ୧୯୫୭ ମସିହାରେ ତତକାଳୀନ ମୂଖ୍ୟମନ୍ତ୍ରୀ ଡ.ହରେକୃଷ୍ଣ ମହତାବ ଉଦଘାଟନ କରିଥିବାବେଳେ ସେଠାରେ ବର୍ତ୍ତମାନ ଗ୍ରାମର ସାମୁହିକ କାର୍ଯ୍ୟ ଯଥା ମାଡା,ଖେଳକୁଦ,ଉଠାବସା,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଚାଲୁଥିବାବେଳେ ଉକ୍ତ ଯାଗାଟି ଖାନାପୂରୀ ଅନୂସାରେ ବର୍ତ୍ତମାନ ଜି.ଉଦୟଗିରି ପଞ୍ଚାୟତ ସମିତି ନାମରେ ଥିବା ଅଞ୍ଚଳବାସୀ ମାନୁଥିଲେ ମଧ୍ୟ ପ୍ରଶାସନ ଉକ୍ତ କ୍ଳବ ଘର ପଛପଟେ ତିନୋଟି ଗୃହ ନିର୍ମାଣ ପାଇଁ ଗତ ୨୭.୧୧.୨୦୨୦ ତାରିଖ ଦିନ ସେଠାରେ ଗୃହ ନିର୍ମାଣ ପାଇଁ ପଞ୍ଚାୟତ ସମିତି ପକ୍ଷରୁ ସଫାସୂତରା କରିବା ପାଇଁ ଯାଇଥିଲେ ସୂଧା ଏହାକୁ ମାଲିକାପଡି ଗ୍ରାମବାସୀ ବିରୋଧ କରିଥିଲେ।ଏନେଇ ଆଜି ପଞ୍ଚାୟତ ସମିତିରେ ଆଲୋଚନାପାଇଁ ଦିନ ଧାର୍ଯ୍ୟ ହୋଇଥିବାବେଳେ ଗ୍ରାମବାସୀ ଓ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବାବେଳେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ପରିସର ବାହାରେ ୨୦ ଆରର ଜାଗାରେ ଏକ ଗୃହ ନିର୍ମାଣ ପାଇଁ ପ୍ରତିଶୃତି ଦେଇଥିବାବେଳେ ଏନେଇ ଗ୍ରାମବାସୀ ସମୟ ନେଇଥିବା ନେଇ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Please Share

Leave a Reply

Your email address will not be published. Required fields are marked *