କେନ୍ଦ୍ରର କୃଷି ନିୟମ ବିରୁଦ୍ଧରେ କୃଷକମାନଙ୍କ ଆନ୍ଦୋଳନ ଦଶମ ଦିନରେ ପହଞ୍ଚିଛି । ଆଜି କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ଫଳ ଶୂନ୍ୟ ରହିଛି । ତେବେ ସରକାର ଏବଂ କୃଷକ ନେତାମାନଙ୍କ ପରବର୍ତ୍ତୀ ଆଲୋଚନା ଡିସେମ୍ବର 9 ରେ ସକାଳ 11 ଟା ରେ ହେବ । ଆଜିର ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସରକାରଙ୍କ ତରଫରୁ ଉପସ୍ଥିତ ଥିଲେ। ଏଥିସହିତ କୃଷକଙ୍କ 40 ପ୍ରତିନିଧୀ ଏଥିରେ ସାମିଲ ହୋଇଥିଲେ। ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ସହ ବୈଠକ ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକ ନେତା ମାନଙ୍କୁ ଆନ୍ଦୋଳନରେ ସାମିଲ ଥିବା ବୃଦ୍ଧ ଓ ପିଲାମାନଙ୍କୁ ଘରକୁ ପଠାଇ ଦେବାକୁ ନିବେଦନ କରିଥିଲେ ।
କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ଫଳ ଶୂନ୍ୟ : 8 ରେ ଭାରତ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା
Click for Any Complaint Regarding This News
AAA Online Services