ରାଜଗାଙ୍ଗପୁର ସରକାରୀ ହସପିଟାଲ ଡାକ୍ତରଙ୍କ ବିରୁଦ୍ଧରେ ଆସିଲା ସଙ୍ଗୀନ ଅଭିଯୋଗ : ଭଙ୍ଗା ହାତ ଯୋଡିବା ପାଇଁ ମାଗିଲେ ୧୫୦୦ ଟଙ୍କା

Advertisement
Advertisement
Click for Any Complaint Regarding This News
AAA Online Services

ରାଜଗାଙ୍ଗପୁର (ଦେବବ୍ରତ ମିତ୍ର) : ନାଁ ସରକାରୀ କାମ ବେସରକାରୀ, ଜନସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ସରକାରଙ୍କ ଦରମା ନେବାପରେ ମଧ୍ୟ ରୋଗୀଙ୍କ ଠାରୁ ଅର୍ଥ ଦାବି କରି ଚର୍ଚ୍ଚା କୁ ଆସିଛନ୍ତି ଜଣେ ମହିଳା ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ସରକାରୀ ହସ୍ପିଟାଲ୍ ରେ   ଅଭିଯୋଗକାରୀ ଜିତେନ୍ଦ୍ର ସିଂ ଙ୍କ ସୂଚନା ମୁତାବକ ଆଜି ସେ ନିଜ ପୁଅର ଭଙ୍ଗା ହାତରେ ବ୍ୟାଣ୍ଡେଜ କରାଇବା ନିମନ୍ତେ ହସ୍ପିଟାଲ୍ ଆସିଥିଲେ । ତେବେ ସେହି ସମୟରେ ଦାୟିତ୍ୱରେ ଥିବା ମହିଳା ଡାକ୍ତର ତାଙ୍କୁ ୧୫୦୦ ଟଙ୍କା ମାଗିଥିଲେ । ସେ ୧୦୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ ମଧ୍ୟ ମହିଳା ଡାକ୍ତର ଜଣକ ୧୫୦୦ ଟଙ୍କା ପାଇଁ ଆଡି ବସିଥିଲେ ଓ ଦେଇ ନପାରିଲେ ରାଉରକେଲା ଯିବାକୁ କହିଥିଲେ । ଏହି ଘଟଣା ରାଜଗାଙ୍ଗପୁର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । କିଛି ଡାକ୍ତର ସାଧାରଣ ରୋଗୀଙ୍କୁ ଲୁଟ କରୁଥିବା ବେଳେ ସମସ୍ତ ଡାକ୍ତର ବଦନାମ ହେଉଥିବା କଥା ସାଧାରଣ ଲୋକ କହିଛନ୍ତି । ସରକାର ଜନସ୍ୱାସ୍ଥ ନାମ ରେ ବିଭିନ୍ନ ପ୍ରକାର ଜନକଲ୍ୟାଣ ଯୋଜନା ପ୍ରସ୍ତୁତ କରିଛନ୍ତି ମାତ୍ର କିଛି ଡାକ୍ତରଙ୍କ ଏଭଳି କାର୍ଯ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ଦେବାରେ ବାଧା ସୃଷ୍ଟି କରୁଛି ବୋଲି ବାରମ୍ବାର ଅଭିଯୋଗ ହେବା ସହ ଉଚ୍ଚ୍ ପଦସ୍ଥ ଅଧିକାରୀ ଏହା ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ଲୋକ ନିବେଦନ କରିଛନ୍ତି। ତେବେ ରାଜଗାଙ୍ଗପୁର IHRC ର ସଦସ୍ୟ ମହମ୍ମଦ ନୈସାଦ ଓ ମହମ୍ମଦ ଆଜାରୁନ୍ଧିନ ଏଭଳି କାର୍ଯ୍ୟ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Please Share

Leave a Reply

Your email address will not be published. Required fields are marked *