ଭୁବନେଶ୍ୱର : କେନ୍ଦ୍ରର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ କୃଷି ଆଇନ୍ ବିରୋଧରେ କୃଷକ ସଂଗଠନ ଗୁଡିକ ଡିସେମ୍ବର ୮ ତାରିଖ ମଙ୍ଗଳବାର ଦେଇଥିବା ଭାରତ ବନ୍ଦ ଡାକରାକୁ ପ୍ରଦେଶ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ତିନୋଟି କୃଷି ନିୟମ ବିରୋଧରେ ଦିଲ୍ଲୀର ସୀମା ରେ ମୁଖ୍ୟତଃ ପଞ୍ଜାବ ଚାଷୀଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି। ତିନୋଟି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଶୁକ୍ରବାର ଦିନ କୃଷକ ସଂଗଠନ ଘୋଷଣା କରିଛି। ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ କୃଷକ ସଂଗଠନ ଗୁଡିକ ଡିସେମ୍ବର ୮ ରେ ଭାରତ ବନ୍ଦ ଡକରା ଦେଇଛନ୍ତି । ତେବେ କାଲି ସରକାର ଓ କୃଷକ ଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ବୈଠକ ହେବାକୁ ଅଛି ।
ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲେ କୃଷକ ସଂଗଠନ ; ସମର୍ଥନ ଜଣାଇଲା ପ୍ରଦେଶ କଂଗ୍ରେସ
Click for Any Complaint Regarding This News
AAA Online Services