ରାଜଗାଙ୍ଗପୁର(ଦେବବ୍ରତ ମିତ୍ର) : ଆଜି ରାଣିବନ୍ଧ ଛକ ଠାରେ ଲେଲିନ ଟେଟେ ଙ୍କ ନେତୃତ୍ବରେ କିଛି ଏସ.ୟୁ.ସି.ଆଇ କର୍ମୀ କେନ୍ଦ୍ର ସରକାରଙ୍କ କୃଷକ ନିତି ବିରୁଦ୍ଧରେ ସମଲୋଚନା କରିଥିଲେ । ସେମାନେ ନିଜ ନିଜର ବକ୍ତବ୍ୟରେ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ପାଇଁ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଭାବେ ଦାୟୀ କରିଥିଲେ। ଦିଲ୍ଲୀରେ ଚାଲୁଥିବା କୃଷକ ଙ୍କ ଆନ୍ଦୋଳନକୁ ସେମାନେ ସମର୍ଥନ କରିଛନ୍ତି ବୋଲି ଘୋଷଣା କରିଥିଲେ। ଉକ୍ତ ପ୍ରତିବାଦ ସଭାରେ ଜସଟିନ ଲୁଗୁନ, ନିଲିମୁଣ୍ଡା, ସଚନ ପାନ୍ନା, ଧନେଶ୍ୱର ମହାନନ୍ଦିଆ, ତିନତୁସ ତୀର୍କୀ, ସଞ୍ଜୟ ବାଗେ, ଶାରସ କେରକେଟା ଧୀରଜ ହେମରମ ପ୍ରମୁଖ ଉପସ୍ଥିତ ଥିଲେ।
କୃଷକ ସଙ୍ଗଠନ ସପକ୍ଷରେ ସ୍ୱର ଉଠାଇଲେ ଏସ.ୟୁ.ସି.ଆଇ (SUCI)
Click for Any Complaint Regarding This News
AAA Online Services