ଗତ ନଭେମ୍ବର ମାସ ଷୋହଳ ତାରିଖ ଠାରୁ ସାରା ରାଜ୍ୟ ରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି|ଫର୍ମ 6 ରେ ନୂଆ ଭୋଟର ଆବେଦନ କରୁଛନ୍ତି | ଉକ୍ତ ଫର୍ମ ରେ ଆବେଦକ ଘୋଷଣା କରୁଛନ୍ତି ଯେ ମୋର ନାମ ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀ ବା ଅନ୍ୟ କୌଣସି ବିଧାନସଭା /ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ହୋଇନାହିଁ |ଆଉ ମଧ୍ୟ ଏକାଧିକ ସ୍ଥାନରେ ନାମ ଅନ୍ତର୍ଭୁକ୍ତ କରିବା ଲୋକ ପ୍ରତିନିଧିତ୍ୱ ଅଧିନିୟମ 1950 ଧାରା 31(1950 ର 43) ଅନୁଯାୟୀ ଦଣ୍ଡନୀୟ ଅଟେ |ସାଧାରଣ ରେ ପ୍ରଶ୍ନ ଉଠୁଛି ଜଣେ ଭୋଟର ଙ୍କର ଏକାଧିକ ସ୍ଥାନରେ ଭୋଟର ତାଲିକା ରେ ନାମ ଅଛି ନା ନାହଁ କିଏ ଚି଼ହ୍ନଟ କରିବ ଓ କିପରି ଚି଼ହ୍ନଟ କରିବ |କେତେକ ଯୁବତୀ 18ବର୍ଷ ହେଲା ପରେ ନିଜ ଗାଁ ରେ ଭୋଟର ତାଲିକା ରେ ନାମ ଅନ୍ତର୍ଭୁକ୍ତ କରାଉଛନ୍ତି ଓ ବିବାହ ପରେ ସ୍ୱାମୀ ଙ୍କ ଠିକଣା ରେ ପୁଣି ଭୋଟ ତାଲିକା ରେ ନାମ ଯୋଡୁଛନ୍ତି |ଏକାଧିକ ସ୍ଥାନରେ ରେ ଭୋଟର ହେବା ଦଣ୍ଡନୀୟ ହୋଇଥିବା ବେଳେ ଆଜି ପର୍ଯନ୍ତ ରାଜ୍ୟରେ କେହି ଚି଼ହ୍ନଟ ହୋଇଛନ୍ତି କି? ଯଦି ହୋଇଛନ୍ତି ତାଙ୍କୁ କି ଦଣ୍ଡ ଦିଆଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି |ବରଗଡ ରୁ ନିରଂଜନ ତ୍ରିପାଠୀ ଙ୍କ ରିପୋର୍ଟ କ୍ରାନ୍ତିଓଡିଶା
ଏପରି ନିୟମ କେଉଁ କାମକୁ ???
Click for Any Complaint Regarding This News
AAA Online Services