ମୁଁ ଚାହେଁ ସ୍ବଚ୍ଛ ପରିବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ

Advertisement
Advertisement
Click for Any Complaint Regarding This News
AAA Online Services

ଜି.ଉଦୟଗିରି (ପ୍ରତାପ ଚନ୍ଦ୍ର ପାଢୀ) : ଆଜି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମନୁଷ୍ୟ ମାତ୍ରକେ ସ୍ୱଚ୍ଛତାର ଆବଶ୍ୟକତା ରହିଛି। ପରିବେଶ ଯେତିକି ସ୍ବଚ୍ଛ ରହିବ ସେତିକି ମନୁଷ୍ୟର ମାନସିକ ଓ ଶାରିରୀକ ସ୍ତରରେ ସ୍ବଚ୍ଛତା ଆସିବ।ଯେହେତୁ ଡାକ୍ତରଖାନାକୁ ବିଭିନ୍ନ ପ୍ରକାରର ରୋଗୀ ଆସୁଛନ୍ତି ତେଣୁ ଏହାର ଚତୁର୍ପାଶ୍ବକୁ ସଫାସୁତୁରା ରଖିବା ନିହାତି ଆବଶ୍ୟକ।ଡାକ୍ତରଖାନା ସ୍ବଛ ରହିବା ଫଳରେ ରୋଗୀମାନେ ମଧ୍ୟ ଶୀଘ୍ର ଆରୋଗ୍ୟ ହୋଇପାରିବେ ବୋଲି ଅନୁମାନ କରାଯାଉଛି।ଏଣୁ ଭାରତ ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଅଦ୍ୟାବଧି ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଆମ ସ୍ବାସ୍ଥ୍ୟ କେନ୍ଦ୍ର ସ୍ବଚ୍ଛ ରହିଲେ ଆମର ସ୍ବଚ୍ଛ ମନଭାବ ରହିବ ଏବଂ ମନରେ ସ୍ବଚ୍ଛ ଭାବ ରହିଲେ ନିଶ୍ଚିତ ଆମେ ସ୍ବଚ୍ଛ ରହିବା ଓ ସୁସ୍ଥ ରହିବା ଏହି ବାର୍ତ୍ତା ନେଇ ଆଜି ସ୍ବେଛାସେବୀ ଅନୁଷ୍ଠାନ ଅନ୍ତରଙ୍ଗ,କନ୍ଧମାଳ,ନେହରୁ ଯୁବକେନ୍ଦ୍ର,ଫୁଲବାଣୀ,ମହିଳା ଜିବୀକା ସୂରକ୍ଷା ମଞ୍ଚ ପକ୍ଷରୁ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ” ମୁଁ ଚାହେଁ ସ୍ବଚ୍ଛ ପରିବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ବିଭିନ୍ନ ଅଳିଆ ଆବର୍ଜ୍ଜନାକୁ ଏକାଠି କରିବା ସହ ଚତୁର୍ପାଶ୍ବକୁ ସଫେଇ କରାଯାଇଛି। ଏହିପରି ସବୁବେଳେ ସ୍ବଚ୍ଛ ମନ ଭାବନା ନେଇ ମେଡିକାଲ ସଫା ସୁତୁରା ରଖିବା ଅାବଶ୍ୟକ ବୋଲି ଉପସ୍ଥିତ ଥିବା ସ୍ବେଛାସେବୀମାନେ ମତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏଡିପିଏଚ୍ଓ ପ୍ରସନ୍ନ କୁମାର ତ୍ରିପାଠୀ, ବିପିଏଚ୍ଓ ଡଃ.ସତିକାନ୍ତ ମଲ୍ଲିକ, ବିପିଏମ୍ ରାଜକିଶୋର ସାହୁ ଓ ବିଏଏମ୍ ସନ୍ତୋଷ କୁମାର ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ତରଙ୍ଗ ଯୁବ ମହାସଂଘର ହୃଷିକେଶ ପ୍ରଧାନ, ବିଷ୍ଣୁପ୍ରିୟା ପ୍ରଧାନ, ରାଜବାଳା ସିଂ, ଚନ୍ଦ୍ରକାନ୍ତ ପ୍ରଧାନ, ବିକାଶ ପ୍ରଧାନ, କମଳାକାନ୍ତ ପ୍ରଧାନ, ଜାଜ୍ଞସେନୀ ପ୍ରଧାନ, ସଜିତ୍ ନାୟକ, ନକୁଳ ପ୍ରଧାନ, ରଘୁନାଥ ନାୟକ,ମହିଳା ଜୀବିକା ସୂରକ୍ଷା ମଞ୍ଚର ସଂଜୋଜିକା ସସ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Please Share

Leave a Reply

Your email address will not be published. Required fields are marked *