ସୁବର୍ଣ୍ଣପୁର (ସହଦେବ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରତି ପଞ୍ଚାୟତର CRP ଓ MBK ଚୟନ ପ୍ରକ୍ରିୟାରେ ମହା ଜାଲିଆତି ହୋଇଥିବା ଅଭିଯୋଗରେ ଯୋଗ୍ୟ ପ୍ରାର୍ଥୀନୀମାନେ ପ୍ରକଳ୍ପ ନିର୍ଦ୍ଦେଶକ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଡୋଳାମଣି ପଟେଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରାପ୍ତ ଖବର ଅନୁସାରେ ଓଡିଶା ଜୀବିକା ମିଶନ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ ସ୍ୱାଇଁ ଉଦ୍ଦେଶ୍ୟମୂଳକ ଭାବରେ ସରକାରୀ ନିୟମକୁ ଉଲଙ୍ଘନ କରି ଅଯୋଗ୍ୟ ପ୍ରାର୍ଥୀନୀ ମାନଙ୍କୁ ଚୟନ କରିଥିବା ଅଭିଯୋଗ କରିବା ସହିତ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ, ଶ୍ରୀଯୁକ୍ତ ରଞ୍ଜନ ସ୍ୱାଇଁ ମୋ ଉପରେ ବହୁତ ରାଜନୈତିକ ଚାପ ଅଛି ଆଉ ଆପଣମାନଙ୍କ କୌଣସି ରାଜନୈତିକ ଦଳ ସହିତ ଯୋଗାଯୋଗ ଅଛି କି ବୋଲି ଯୋଗ୍ୟ ପ୍ରାର୍ଥୀନୀ ମାନଙ୍କୁ କୁଆଡେ ପ୍ରଶ୍ନ ପଚାରିଥିଲେ । ଯାହାଫଳରେ ଯୋଗ୍ୟ ପ୍ରାର୍ଥୀନୀମାନେ କ୍ଷୋଭପ୍ରକାଶ କରିବା ସହିତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବର୍ଣ୍ଣପୁର ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ଅଭିଯୋଗ କରିଥିଲେ । ତେଣୁ ଆମେ ଓଡିଶା ଜୀବିକା ମିଶନ ଅଧିକାରୀ ଶ୍ରୀଯୁକ୍ତ ସ୍ୱାଇଁ ମହୋଦୟଙ୍କୁ ଯୋଗାଯୋଗ କରିବାରୁ ଜନ ଅସନ୍ତୋଷ ଦେଖାଦେବାରୁ ଚୟନକୁ ରଦ୍ଦ କରାଯାଇଛି ପୁଣିଥରେ ଚୟନ ପ୍ରକ୍ରିୟା ହେବ ବୋଲି ଉତ୍ତର ରଖିଥିଲେ ।
ଉଲୁଣ୍ଡା ବ୍ଲକର CRP ଓ MBK ଚୟନରେ ଜାଲିଆତି ଅଭିଯୋଗ
Click for Any Complaint Regarding This News
AAA Online Services